ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ ଓ ୭ଟି ରେଳ କରିଡର୍

0

ନୂଆଦିଲ୍ଲୀ:ସଂସଦରେ ଆଗତ ହୋଇଛି ୨୦୨୬-୨୭ ପାଇଁ ବଜେଟ। କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଗତ କରିଛନ୍ତି କେନ୍ଦ୍ର ବଜେଟ। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ରବିବାର ସଂସଦରେ ଆଗତ କରାଯାଇଛି ବଜେଟ। ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି କହିଲେ ନିର୍ମଳା। ଲଗାତାର ୯ମ ଥର ପାଇଁ ବଜେଟ ଉପସ୍ଥାପନା କରୁଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩ଟି ନୂଆ ଏମ୍ସ ନିର୍ମାଣ ହେବା ନେଇ ଘୋଷଣା କରୁଛନ୍ତି। ଏହାଛଡା ୫ଟି ମେଡିକାଲ ହବ ନିର୍ମାଣ କରାଯିବ। ଏଠାରେ ମେଡିକାଲ ସହିତ ଟ୍ରେନିଂ ଏବଂ ରିସର୍ଚ୍ଚ ଉପରେ କାମ କରାଯିବ। ମେଡିକାଲ ସୁବିଧା ବହୁତ ସହଜରେ ମିଳିବ। ଏହି ହବ୍ ବିଭିନ୍ନ ଉପାୟରେ ରୋଜଗାର କରିବାର ସୁଯୋଗ ଦେବ।

ସେହିପରି ବଜେଟରେ ହାଇସ୍ପିଡ ରେଳ କରିଡର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟରେ ଦିଲ୍ଲୀ-ବାରାଣସୀ ସମେତ ୭ଟି ହାଇସ୍ପିଡ ରେଳ କରିଡର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ବାରାଣସୀ ଏବଂ ପାଟନାରେ ଜାହାଜ ମରାମତି ସୁବିଧା କରାଯିବ। ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ, ମୁମ୍ବାଇ-ପୁନେ, ବେଙ୍ଗାଲୁର-ଚେନ୍ନାଇ, ପୁନେ- ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁର, ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ୍ ରେଲୱେ କରିଡର ହେବ। ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ। ୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ କରାଯିବ। ବାରଣାସୀ ଓ ପାଟନାରେ ଜାହାଜ ମରାମତି ଇକୋ ସିଷ୍ଟମ। ୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡ୍‌ଙ୍କୁ ଦିଆଯିବ ଟ୍ରେନିଂ।

Leave A Reply

Your email address will not be published.