ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ

0

ମହାରାଷ୍ଟ୍ର: ମହାରାଷ୍ଟ୍ରର ନାସିକ ଜିଲ୍ଲାର ଡିଣ୍ଡୋରି ତାଲୁକାରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଡିଣ୍ଡୋରିର ଶିବାଜୀନଗର ଅଞ୍ଚଳରେ ଏକ ଦ୍ରୁତଗାମୀ କାର୍‌ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା କୂଅରେ ଖସି ପଡ଼ିବାରୁ ଗୋଟିଏ ପରିବାରର ସମସ୍ତ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୫ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି।

ସୂଚନା ଅନୁଯାୟୀ, ଡାରଗୋଡେ ଗାଁର ଏହି ପରିବାର ସଦସ୍ୟମାନେ ଗୋଟିଏ ସାମାଜିକ କାର୍ଯ୍ୟକ୍ରମ (ଭୋଜି)ରେ ଯୋଗଦେଇ ରାତିରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସେମାନେ ମାରୁତି କାର୍‌ରେ ଯାଉଥିବାବେଳେ ମଣ୍ଡପଠାରୁ ଅଳ୍ପ ଦୂରରେ ଡ୍ରାଇଭର ଗାଡ଼ିର ନିୟନ୍ତ୍ରଣ ହରାଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଗାଡ଼ିର ବେଗ ଅଧିକ ଥିବାରୁ ଏହା ସ୍ଲିପ୍ କରି ସିଧାସଳଖ କୂଅରେ ପଡ଼ିଯାଇଥିଲା।

ଘଟଣା ସମ୍ପର୍କରେ ଖବର ମିଳିବା ପରେମହାରାଷ୍ଟ୍ର ପୋଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ। କିନ୍ତୁ ରାତିର ଅନ୍ଧାର ଏବଂ କୂଅରେ ପାଣି ଭର୍ତ୍ତି ଥିବାରୁ ଉଦ୍ଧାର କାର୍ଯ୍ୟ ବହୁତ ଚ୍ୟାଲେଞ୍ଜିଙ୍ଗ ହୋଇଥିଲା। କ୍ରେନ ଓ ବିପର୍ଯ୍ୟୟ ପ୍ରଶମନ ଟିମ୍‌ର ସହାୟତାରେ ଶେଷରେ କାରଟିକୁ କୂଅରୁ ବାହାର କରାଯାଇଥିଲା। କିନ୍ତୁ ସେତେବେଳେ ପର୍ଯ୍ୟନ୍ତ କାରରେ ଥିବା ସମସ୍ତ ୯ ଜଣଙ୍କ ମୃତ୍ୟୁ ହୋଇସାରିଥିଲା। ଏହି ଦୁର୍ଘଟଣାରେ ମୃତକମାନଙ୍କ ମଧ୍ୟରେ ସୁନିଲ (୩୫), ରେଶମା (୩୩) ସହିତ ଅନ୍ୟ ସଦସ୍ୟମାନେ ଓ କିଛି ଅପ୍ରାପ୍ତବୟସ୍କ ଶିଶୁ ମଧ୍ୟ ଅଛନ୍ତି। ଏହି ଘଟଣା ସମ୍ପୂର୍ଣ୍ଣ ଅଞ୍ଚଳକୁ ଶୋକାକୁଳ କରିଦେଇଛି। ପୁଲିସ ଘଟଣାର ମାମଲା ରୁଜୁ କରି ଆଗୁଆ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.