ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମା ଧମକ

0

ନୂଆ ଦିଲ୍ଲୀ: ସୋମବାର ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମା ଧମକ ମିଳିବା ପରେ ରାଜଧାନୀରେ ଆତଙ୍କ ସୃଷ୍ଟି ହୋଇଛି। ଧମକପୂର୍ଣ୍ଣ ଇମେଲ୍ ଟି ଏକ ଖଲିସ୍ତାନୀ ଗୋଷ୍ଠୀର ନାମରେ ପଠାଯାଇଥିବା ସୂଚନା ମିଳିଛି। ଘଟଣା ପରେ ଦିଲ୍ଲୀ ପୁଲିସ୍‌ ତୁରନ୍ତ ତଦନ୍ତ ଆରମ୍ଭ କରିଛି। ଲାଲକିଲ୍ଲା ପରିସର ଭିତରେ ଓ ବାହାରେ ତଲାସି ଅଭିଯାନ ଚାଲିଛି। ଉଚ୍ଚ ପୁଲିସ୍‌ ଅଧିକାରୀ, ବୋମା ନିଷ୍କ୍ରିୟକାରୀ ଦଳ, କୁକୁର ଦଳ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସ୍ଥଳରେ ଉପସ୍ଥିତ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ଲାଲକିଲ୍ଲା ପରିସରକୁ ଖାଲି କରାଯାଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଇଟିଓ ନିକଟରେ ଥିବା ଦିଲ୍ଲୀ ସଚିବାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ସ୍ଥାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେଠାରେ ମଧ୍ୟ ପୁଲିସ୍‌ ଦଳ ତଦନ୍ତ ଜାରି ରଖିଛନ୍ତି। ଧମକପୂର୍ଣ୍ଣ ଇମେଲ୍ ଟି କେଉଁଠାରୁ ପଠାଯାଇଛି, ସେଥିପାଇଁ ପୁଲିସ୍‌ ସାଇବର ଶାଖାକୁ ନିୟୋଜନ କରିଛି। ଏହା ପୂର୍ବରୁ ଆଜି ସକାଳେ ଦୁଇଟି ସେନା ବିଦ୍ୟାଳୟକୁ ମଧ୍ୟ ବୋମା ଧମକ ମିଳିଥିବା ଖବର ମିଳିଛି। ଘଟଣାକୁ ଗୁରୁତ୍ୱ ଦେଇ ସମଗ୍ର ଅଞ୍ଚଳରେ ସତର୍କତା ବଢ଼ାଯାଇଛି।

Leave A Reply

Your email address will not be published.