ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବିଜେପିରେ ମିଶିବେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ୍

0

ବାଲେଶ୍ବର: ବିଜେପିରେ ମିଶିବେ ଅନନ୍ତ ଦାସଙ୍କ ପୁଅ। ଏ ନେଇ ନିଜେ ସୂଚନା ଦେଇଛନ୍ତି ଅଭିଜିତ। ସେ କହିଛନ୍ତି, ମୁଁ ଓ ମୋ ପରିବାର ଖୁବଶୀଘ୍ର ପଦ୍ମ ଧରିବାକୁ ଯାଉଛୁ। ବାପାଙ୍କ ଅଧୂରା ସ୍ୱପ୍ନକୁ ପୂରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି।

ସ୍ବର୍ଗତ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଭାଜପାରେ ମିଶିବେ ବୋଲି ଜଣାପଡ଼ିଛି। ଅଭିଜିତ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିଛନ୍ତି। ଏହାସହ ସେ ଭାଜପାର କିଛି ଟାଣୁଆ ନେତାଙ୍କୁ ମଧ୍ୟ ସାକ୍ଷାତ କରିଥିବା ସୂଚନା ମିଳିଛି। ଅଭିଜିତଙ୍କ ପିତା ଅନନ୍ତ ଦାସ ବିଜେଡିର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ। ବିଜେଡି ଟିକେଟରେ ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନବୀନ ପଟ୍ଟନାୟକଙ୍କ ସରକାରରେ ୨ଥର ମନ୍ତ୍ରୀ ମଧ୍ୟ ହୋଇଥିଲେ। ବୟସାଧିକ କାରଣରୁ ୨୦୧୯ ସାଧାରଣ ନିର୍ବାଚନ ପରେ ସେ ଅସୁସ୍ଥ ରହୁଥିଲେ।

ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ଗତ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କ ଟିକେଟ କାଟିଥିଲା। ପୁଅ ଅଭିଜିତଙ୍କୁ ଟିକେଟ ଦାବି କରି ବାରମ୍ବାର ନବୀନ ନିବାସ ଆସୁଥିଲେ। କିନ୍ତୁ ଦଳ ଗୌତମବୁଦ୍ଧ ଦାସଙ୍କୁ ଭୋଗରାଇ ଟିକେଟ ଦେଇଥିଲା। ଏକଦା ବାଲେଶ୍ୱର ଜିଲ୍ଲାରେ ଅନନ୍ତ ପାୱାର ସେଣ୍ଟର ଭାବେ ଉଭା ହୋଇଥିଲେ ଏବଂ ବିଜେଡିର ଜଣେ ପ୍ରଭାବଶାଳୀ ନେତା ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ।

Leave A Reply

Your email address will not be published.