ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପୁଡୁଚେରୀରେ ୨ହଜାର ୭୦୦ କୋଟିରୁ ଅଧିକ ବିକାଶ ପ୍ରକଳ୍ପ ଲୋକାର୍ପଣ

0

ପୁଡୁଚେରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଡୁଚେରୀରେ ୨ହଜାର ୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ସହ କେତେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ହଜାର ୧୪୨ କୋଟି ୨୩ ଲକ୍ଷ ଟଙ୍କା ମୂଲ୍ୟର ୧୯ଟି ପ୍ରକଳ୍ପ ଉଦ୍‍ଘାଟନ କରିଥିବା ବେଳେ ୧ହଜାର ୫୭୧ କୋଟି ୭୩ ଲକ୍ଷ ଟଙ୍କାର ୭୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାରେ ସ୍ମାର୍ଟସିଟି ମିଶନ କାର୍ଯ୍ୟ, ଇ-ବସ୍‍ ସେବା, ଦୁର୍ବଳ ଶ୍ରେଣୀଙ୍କ ପାଇଁ ଆବାସ, ପ୍ରମୁଖ ସ୍ୱେରେଜ୍‍ ଓ ଜଳଯୋଗାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ।

ପୁଡୁଚେରୀର ଅଗ୍ରଗତି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆଧ୍ୟାତ୍ମିକ, ପରିବେଶଗତ ଓ ସ୍ୱାସ୍ଥ୍ୟ ପର୍ଯ୍ୟଟନରେ ନିବେଶ ମାଧ୍ୟମରେ ଅଞ୍ଚଳକୁ ଉନ୍ନତିର ନୂଆ ଦିଗରେ ଆଗେଇ ନିଆଯାଉଛି। ସେ ଆଶା ବ୍ୟକ୍ତ କରିଛନ୍ତି ଯେ ପୁଡୁଚେରୀ ଭବିଷ୍ୟତରେ ଚିକିତ୍ସା ପର୍ଯ୍ୟଟନ କେନ୍ଦ୍ର ଭାବେ ଉଭା ହେବ। ପରବର୍ତ୍ତୀ କାର୍ଯ୍ୟସୂଚୀ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଦୁରାଇ ଅଭିମୁଖେ ଯାତ୍ରା କରିବେ।

Leave A Reply

Your email address will not be published.