ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ୟୁଟ୍ୟୁବର ରାହୁଲଙ୍କୁ ହତ୍ୟା

0

ଯବାନ ସହ ୩ ଜଣ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ୟୁଟ୍ୟୁବର ରାହୁଲ ମହାରଣାଙ୍କ ହତ୍ୟା ମାମଲାରେ କମିଶନରେଟ୍ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଂଗ୍ରାମ କେଶରୀ ବେହେରା (୩୭), ସମରେନ୍ଦ୍ର ବେହେରା (୨୪) ଓ କୁନା ବେହେରା (୨୦)। ସଂଗ୍ରାମ ସେନାରେ ଯବାନ ଥିବାବେଳେ ଅନ୍ୟ ଦୁଇଜଣ ତାଙ୍କ ପୁତୁରା। ସେମାନଙ୍କ ନିକଟରୁ ୨ଟି ବାଇକ୍‌, ୩ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଛୁରୀ ଜବତ ହୋଇଛି।

ଗତକାଲି ରାତି ସାଢ଼େ ୯ଟା ବେଳେ ଜିଜିପି ହାଇସ୍କୁଲ ପଡ଼ିଆରେ ଘଟଣା ଘଟିଥିଲା। ଫୋନ୍‌ରେ କଥାବାର୍ତ୍ତାକୁ ନେଇ ବିବାଦ ଆରମ୍ଭ ହୋଇ ପରେ ମାରାମାରି ହୋଇଥିଲା। ସାଙ୍ଗକୁ ବଞ୍ଚାଇବାକୁ ଯାଇଥିବା ରାହୁଲଙ୍କୁ ଛୁରୀ ଆକ୍ରମଣ କରାଯାଇଥିଲା, ଯାହାରେ ସେ ପ୍ରାଣ ହରାଇଥିଲେ।

ରାହୁଲ ୨୦୨୫ ନଭେମ୍ବର ୨୫ ତାରିଖରେ ବିବାହ କରିଥିଲେ। ବିବାହର କେବଳ ୩ ମାସ ପରେ ଏହି ଦୁଃଖଦ ଘଟଣା ଘଟିଥିବାରୁ ପରିବାର ଶୋକାକୁଳ ହୋଇପଡ଼ିଛି।

Leave A Reply

Your email address will not be published.