ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ୟୁଟ୍ୟୁବର ରାହୁଲଙ୍କୁ ହତ୍ୟା

0

ଯବାନ ସହ ୩ ଜଣ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ୟୁଟ୍ୟୁବର ରାହୁଲ ମହାରଣାଙ୍କ ହତ୍ୟା ମାମଲାରେ କମିଶନରେଟ୍ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଂଗ୍ରାମ କେଶରୀ ବେହେରା (୩୭), ସମରେନ୍ଦ୍ର ବେହେରା (୨୪) ଓ କୁନା ବେହେରା (୨୦)। ସଂଗ୍ରାମ ସେନାରେ ଯବାନ ଥିବାବେଳେ ଅନ୍ୟ ଦୁଇଜଣ ତାଙ୍କ ପୁତୁରା। ସେମାନଙ୍କ ନିକଟରୁ ୨ଟି ବାଇକ୍‌, ୩ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଛୁରୀ ଜବତ ହୋଇଛି।

ଗତକାଲି ରାତି ସାଢ଼େ ୯ଟା ବେଳେ ଜିଜିପି ହାଇସ୍କୁଲ ପଡ଼ିଆରେ ଘଟଣା ଘଟିଥିଲା। ଫୋନ୍‌ରେ କଥାବାର୍ତ୍ତାକୁ ନେଇ ବିବାଦ ଆରମ୍ଭ ହୋଇ ପରେ ମାରାମାରି ହୋଇଥିଲା। ସାଙ୍ଗକୁ ବଞ୍ଚାଇବାକୁ ଯାଇଥିବା ରାହୁଲଙ୍କୁ ଛୁରୀ ଆକ୍ରମଣ କରାଯାଇଥିଲା, ଯାହାରେ ସେ ପ୍ରାଣ ହରାଇଥିଲେ।

ରାହୁଲ ୨୦୨୫ ନଭେମ୍ବର ୨୫ ତାରିଖରେ ବିବାହ କରିଥିଲେ। ବିବାହର କେବଳ ୩ ମାସ ପରେ ଏହି ଦୁଃଖଦ ଘଟଣା ଘଟିଥିବାରୁ ପରିବାର ଶୋକାକୁଳ ହୋଇପଡ଼ିଛି।

Leave A Reply

Your email address will not be published.