ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଜିନ୍ଦଲ ଫାଉଣ୍ଡେସନ ଓ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଭ୍ରାମ୍ୟମାଣ ଶୌଚାଳୟର ଶୁଭାରମ୍ଭ

0

• -ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଏମସିକୁ ଟ୍ରକ୍ ଚାଳିତ ଅତ୍ୟାଧୁନିକ ସୁବିଧାସମ୍ପନ୍ନ ଶୌଚାଳୟ ପ୍ରଦାନ
• -ଜନସମାବେଶ ଓ ସାମାଜିକ କାର୍ଯ୍ୟକ୍ରମରେ ସୁଲଭ ଓ ସ୍ୱଚ୍ଛ ଶୌଚାଳୟ ବ୍ୟବସ୍ଥା ଉପଲବ୍ଧ ହେବ

ଭୁବନେଶ୍ୱର, ୨/୩: ସାମୁଦାୟିକ କଲ୍ୟାଣ ଓ ସହରାଞ୍ଚଳରେ ସ୍ୱଚ୍ଛତାରେ ସୁଧାର ଆଣିବାର ପ୍ରତିବଦ୍ଧତା ସ୍ୱରୂପ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ଏକ ଆଧୁନିକ ଟ୍ରକ ମାଉଁଣ୍ଟେଡ୍ ଭ୍ରାମ୍ୟମାଣ ଶୌଚାଳୟ ପ୍ରଦାନ କରାଯାଇଛି । ଆଜି ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଓ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଏହି ଭ୍ରାମ୍ୟମାଣ ଶୌଚାଳୟର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ବିଏମସି କମିଶନର ଶ୍ରୀ ଚଞ୍ଚଳ ରାଣା(ଆଇଏଏସ), ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ (ଓଏଏସ) କର୍ପୋରେଟର ତଥା ସ୍ୱଚ୍ଛତା ଷ୍ଟାଣ୍ଡିଂ କମିଟିର ମୁଖ୍ୟ ଶ୍ରୀ ବିରଞ୍ଚି ନାରାୟଣ ସୂପକାର, ଜିନ୍ଦଲ ଷ୍ଟିଲର ପ୍ରେସିଡେଣ୍ଟ ତଥା ମୁଖ୍ୟ କର୍ପୋରେଟ କମ୍ୟୁନିକେସନ ଓ ହାଇ-ଇମ୍ପାକ୍ଟ ସାମାଜିକ ପ୍ରକଳ୍ପ ଶ୍ରୀ ପ୍ରଶାନ୍ତ କୁମାର ହୋତା ଏବଂ ବିଏମସିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସହରାଞ୍ଚଳ ଭିତ୍ତିଭୂମିର ଉନ୍ନତି ପାଇଁ ସହଯୋଗ ସ୍ୱରୂପ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଏହି ଅତ୍ୟାଧୁନିକ ଭ୍ରାମ୍ୟମାଣ ଶୌଚାଳୟ ପ୍ରଦାନ କରାଯାଇଥିବା ବେଳେ, ଏହାର ରକ୍ଷଣାବେକ୍ଷଣ, ପରିଚାଳନା ଓ ମୁତୟନ ବିଏମସି ପକ୍ଷରୁ କରାଯିବ।

ଏହି ଅବସରରେ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟ, ରାୟଗଡ଼ର କୁଳପତି ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି, “ଆମେ ଦୃଢ଼ ଭାବେ ବିଶ୍ୱାସ କରୁ ଯେ ଏକ ସୁସ୍ଥ ଏବଂ ସମାବେଶୀ ସମୁଦାୟର ଗଠନ ପାଇଁ ସ୍ୱଚ୍ଛ ଓ ମର୍ଯ୍ୟାଦାପୂର୍ଣ୍ଣ ଶୌଚ ବ୍ୟବସ୍ଥା ଉପଲବ୍ଧ କରାଇବା ନିତାନ୍ତ ଜରୁରୀ। ସହରର କଳେବର ବୃଦ୍ଧି ହେବା ସହ ଏଠାରେ ବିଭିନ୍ନ ସମୟରେ ବିଶାଳ ଜନସମାଗମ ଆୟୋଜିତ ହେଉଛି। ତେଣୁ ସୁଲଭ ଶୌଚ ସୁବିଧାର ଆବଶ୍ୟକତା ବେଶୀ ଗୁରୁତ୍ୱପୂର୍ଣ୍ଣ। ଏହି ଭ୍ରାମ୍ୟମାଣ ଶୌଚାଳୟ ଭୁବନେଶ୍ୱରକୁ ଅଧିକ ପରିଷ୍କାର କରିବା ସହ ନାଗରିକ ଅନୁକୁଳ ସହର ଭାବେ ପରିଚୟ ସୃଷ୍ଟି ପାଇଁ ଏକ ପଦକ୍ଷେପ ହେବ। ଆମେ ଏହି ଗୁରୁତ୍ୱୁପୂର୍ଣ୍ଣ ଅଭିଯାନରେ ଭୁବନେଶ୍ୱର ମହାନଗର ନିଗମର ସହଭାଗୀ ହୋଇଥିବାରୁ ଅତି ଆନନ୍ଦିତ।”

ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଶ୍ରୀମତୀ ଶାଲୁ ଜିନ୍ଦଲ ଓ ଜିନ୍ଦଲ ଫାଉଣ୍ଡେସନକୁ ଧନ୍ୟବାଦ ଦେବା ସହ କହିଛନ୍ତି, “ଏହି ଭ୍ରାମ୍ୟମାଣ ଶୌଚାଳୟ ଗୁରୁତ୍ୱପୂର୍ଣ୍ଣ ଜନସମାଗମ, ମେଳା, ମହୋତ୍ସବ, ସାଂସ୍କୃତିକ ମହୋତ୍ସବ ସମୟରେ ବେଶ ଉପଯୋଗୀ ହେବ। ଏହି ସହଭାଗିତା ନଗର ଭିତ୍ତିଭୂମି ଉନ୍ନୟନ ସହ ଭୁବନେଶ୍ୱରରେ ପରିଚ୍ଛନ୍ନତା ବଜାୟ ରଖିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।”
ଏହି ଭ୍ରାମ୍ୟମାଣ ଶୌଚାଳୟ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ନିର୍ମିତ ହୋଇଛି। ପୁରୁଷଙ୍କ ପାଇଁ ଗୋଟିଏ ଲେଖାଏଁ ଓ୍ୱେଷ୍ଟର୍ଣ୍ଣ ଓ ଇଣ୍ଡିଆନ ଟୟଲଟ, ୩ଟି ୟୁରିନାଲ ଓ ଓ୍ୱାସବେସିନ ରହିଛି। ସେହିପରି ମହିଳାଙ୍କ ପାଇଁ ଦୁଇଟି ଇଣ୍ଡିଆନ ଓ ଗୋଟିଏ ଓ୍ୱେଷ୍ଟର୍ଣ୍ଣ ଟୟଲଟ ସହ ଗୋଟିଏ ଓ୍ୱାସ ବେସିନ ରହିଛି। ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଭାବେ ଏଥିରେ ଡିଜେଲ ଜେନେରେଟର ରହିଛି। ଏହା ସହିତ ଏକଜଷ୍ଟର ଫ୍ୟାନ ଲାଗିଥିବାରୁ ଉତ୍ତମ ବାୟୁ ଚଳାଚଳ ହେବା ସହ ଏକ ଆରାମଦାୟ ବ୍ୟବହାରର ସୁବିଧା ଉପଲବ୍ଧ ହେବ।

ଆଜିର ଏହି କାର୍ଯ୍ୟକ୍ରମରେ ବହୁ କର୍ପୋରେଟର, ବିଏମସି ଅଧିକାରୀ, ଶତାଧିକ ସଫେଇ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ଜିନ୍ଦଲ ଷ୍ଟିଲର ଭାଇସ ପ୍ରେସିଡେଣ୍ଟ ତଥା ସିଏସଆର ମୁଖ୍ୟ ଶ୍ରୀ ଋଷି ପଠାନିଆ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.