ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

କ୍ଷମା ମାଗିଲା ଏନସିଇଆରଟି

0

ନୂଆଦିଲ୍ଲୀ; ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏନସିଇଆରଟି)। ନ୍ୟାୟପାଳିକା ସମ୍ବନ୍ଧୀୟ ବିବାଦୀୟ ଚାପ୍ଟରକୁ ନେଇ ଏନସିଇଆରଟି ନିର୍ଦ୍ଦେଶକ ଓ ସଦସ୍ୟ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ବିତରଣ ହୋଇଥିବା ସମସ୍ତ ପୁସ୍ତକ ପ୍ରତ୍ୟାହାର ହୋଇଛି। ଏବଂ ପୁସ୍ତକରେ ଆଉ ସେହି ବିବାଦୀୟ ଅଧ୍ୟାୟ ଅନ୍ତର୍ଭୁକ୍ତ ନାହିଁ।
୮ମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଉଲ୍ଲେଖ କରାଯାଇଛି ଯେ ଦୁର୍ନୀତି, ମାମଲା ସଂଖ୍ୟା ବୃଦ୍ଧି ଏବଂ ପର୍ଯ୍ୟାପ୍ତ ସଂଖ୍ୟକ ବିଚାରପତିଙ୍କ ଅଭାବ ନ୍ୟାୟିକ ବ୍ୟବସ୍ଥା ସାମ୍ନା କରୁଥିବା ଚ୍ୟାଲେଞ୍ଜ ମଧ୍ୟରେ ଅନ୍ୟତମ।

ବରିଷ୍ଠ ଓକିଲ କପିଲ ସିବଲ ଏବଂ ଅଭିଷେକ ସିଂଘଭି ଏନସିଇଆରଟି ପାଠ୍ୟପୁସ୍ତକରେ ନ୍ୟାୟପାଳିକା ବିଷୟରେ “ଆପତ୍ତିଜନକ” ବକ୍ତବ୍ୟକୁ ତୁରନ୍ତ ବିଚାର ପାଇଁ ଉଲ୍ଲେଖ କରିବା ପରେ ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚି ଏବଂ ବିପୁଲ ଏମ୍ ପାଞ୍ଚୋଲିଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ନିଜଆଡୁ ଶୁଣାଣି କରିଥିଲେ।

ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ ଏନସିଇଆରଟି ସିବିଏସଇ ଅଷ୍ଟମ ଶ୍ରେଣୀ ପାଇଁ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ “ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ୍ ବିୟଣ୍ଡ” (ଭାଗ II) ପ୍ରକାଶ କରିଥିଲା। ଯେଉଁଥିରେ ଚତୁର୍ଥ ଅଧ୍ୟାୟ ଶୀର୍ଷକ ଥିଲା “ଆମ ସମାଜରେ ନ୍ୟାୟପାଳିକାର ଭୂମିକା”। ତେବେ ଆଜି ଏନସିଇଆରଟି ନିର୍ଦ୍ଦେଶକ ଏବଂ ସଦସ୍ୟମାନେ ଉକ୍ତ ଅଧ୍ୟାୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ସମ୍ପୂର୍ଣ୍ଣ ପୁସ୍ତକଟି ପ୍ରତ୍ୟାହାର କରାଯାଇଛି।

Leave A Reply

Your email address will not be published.