ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ

0

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାର ଅଭିଯୁକ୍ତ ଶର୍ଜିଲ ଇମାମଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କରକରଡୁମା କୋର୍ଟ ତାଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇଙ୍କ ବିବାହରେ ଯୋଗଦେବା ପାଇଁ କୋର୍ଟ ମାନବିକତା ଆଧାରରେ ଏହି ଜାମିନ ଦେଇଛନ୍ତି।

ରିପୋର୍ଟ ଅନୁସାରେ ଅତିରିକ୍ତ ସେସନ୍ସ ଜଜ୍ ସମୀର ବାଜପେୟୀ ମାର୍ଚ୍ଚ ୨୦ ରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଇମାମଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାମିନ ସମୟରେ ସେ ସାମାଜିକ ମାଧ୍ୟମ ବ୍ୟବହାର କରିବେ ନାହିଁ ଓ ଗଣମାଧ୍ୟମ ସହିତ କୌଣସି ଯୋଗାଯୋଗ କରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଶର୍ଜିଲ ଇମାମ ତାଙ୍କ ଭାଇଙ୍କ ବିବାହ ଓ ଅସୁସ୍ଥ ମାଆଙ୍କ ଯତ୍ନ ନେବା ପାଇଁ ୧୦ ଦିନର ଜାମିନ ଦେବାକୁ କୋର୍ଟରେ ଆବେଦନ କରିଥିଲେ। ପାରିବାରିକ ପରିସ୍ଥିତିକୁ ଧ୍ୟାନରେ ରଖି କୋର୍ଟ ମାନବିକତା ଆଧାରରେ ତାଙ୍କୁ ଏହି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

୨୦୨୦ ମସିହାରେ ଉତ୍ତର–ପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗା ମାମଲାରେ ଷଡଯନ୍ତ୍ର ଓ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ଶର୍ଜିଲ ଇମାମ ଦୀର୍ଘଦିନ ଧରି ତିହାର ଜେଲରେ ଅଛନ୍ତି। ସେହି ହିଂସାତ୍ମକ ଘଟଣାରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଜାମିନ ସମୟ ଶେଷ ହେଲେ ସେ ପୁଣିଥରେ ତିହାର ଜେଲକୁ ଫେରିବେ।

Leave A Reply

Your email address will not be published.