ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

0

ଆସାମ: ଆଗାମୀ ଆସାମ ବିଧାନସଭା ନିର୍ବାଚନ ପାଇଁ କ୍ଷମତାସୀନ ବିଜେପି ପ୍ରଥମ ପର୍ଯ୍ୟାୟରେ ୮୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତାଲିକା ଅନୁସାରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପୁଣିଥରେ ନିଜର ଗଡ଼ ଜାଲୁକବାରି ଆସନରୁ ନିର୍ବାଚନ ଲଢ଼ିବେ। ସେ ଏଠାରୁ ଲଗାତାର ଷଷ୍ଠ ଥର ପାଇଁ ମୈଦାନରେ ରହିବେ।

ପ୍ରାର୍ଥୀ ତାଲିକାରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ପ୍ରଦ୍ୟୁତ ବର୍ଦ୍ଦୋଲୋଇ ଓ ଭୂପେନ ବୋରାଙ୍କୁ ମଧ୍ୟ ସ୍ଥାନ ମିଳିଛି। ପ୍ରଦ୍ୟୁତଙ୍କୁ ଦିସାପୁର ଆସନରୁ ଟିକେଟ୍ ଦିଆଯାଇଥିବାବେଳେ ଭୂପେନ ବୋରାଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଛି। ଏହାସହ ପୀଜୁଶ ହାଜାରିକା, ରୂପାଲୀ ଲଙ୍ଗଥାସା ଓ ପ୍ରଶାନ୍ତ ଫୁକାନଙ୍କୁ ମଧ୍ୟ ଟିକେଟ୍ ମିଳିଛି। ଆସାମର ୧୨୬ଟି ଆସନ ପାଇଁ ଆସନ୍ତା ଏପ୍ରିଲ ୯ରେ ଭୋଟ ଗ୍ରହଣ ହେବ।

Leave A Reply

Your email address will not be published.