ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମେଡିସିନ୍ କ୍ୟାଟେଗୋରୀରେ ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

0

ଭୁବନେଶ୍ୱର , ଏପ୍ରିଲ ୦୧: ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌-୨୦୨୬ (ମେଡିସିନ୍ କ୍ୟାଟେଗୋରୀ)ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡି ଟୁ ବି ବିଶ୍ୱବିଦ୍ୟାଳୟ ମହତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି। ବିଷୟ ଭିତିକ ମେଡିସିନ୍ କ୍ୟାଟେଗୋରୀରେ ୭୦୧-୮୫୦ ବ୍ରାକେଟ୍‌ରେ ସ୍ଥାନୀତ ହୋଇ ସୋଆ ବିଶ୍ୱସ୍ତରୀୟ ଶୈକ୍ଷିକ ଓ ଗବେଷଣାତ୍ମ ଉତ୍କର୍ଷତା ନିମନ୍ତେ ନିଜକୁ ପ୍ରତିପାଦିତ କରିପାରିଛି।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଦେଶର ଅଗ୍ରଣୀ ମେଡିକାଲ୍ କଲେଜ ଭାବେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ୍‌ରେ ୧୫ତମ ସ୍ଥାନ ହାସଲ କରିଥିବା ବେଳେ ବିଶ୍ୱ ବିଦ୍ୟାଳୟ କ୍ୟାଟେଗୋରୀରେ ସୋଆ ୧୫ତମ ସ୍ଥାନରେ ରହିଛି।

ପୂର୍ବ ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ୨୦୦୫ ମସିହାରୁ ଓଡ଼ିଶା ଏବଂ ଏହାର ପଡ଼ୋଶୀ ରାଜ୍ୟର ଅଧିବାସୀଙ୍କୁ ଉତ୍କୃଷ୍ଟମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛି। ବିଗତ ବର୍ଷ ଗୁଡ଼ିକରେ ଉତମ ସ୍ୱାସ୍ଥ୍ୟ ସେବା ଏବଂ ସୁଲଭ ମୂଲ୍ୟର ହସ୍ପିଟାଲ୍ ବ୍ୟବସ୍ଥାକୁ ନେଇ ସମାଜର ସବୁ ବର୍ଗରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଏକ ପ୍ରମୁଖ ନାମ ଭାବେ ଉଭା ହୋଇଛି। କୁଶଳୀ ବିଶେଷଜ୍ଞଙ୍କୁ ନେଇ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ଏହି ଅନୁଷ୍ଠାନ ନିଜର ଭିତିଭୂମିରେ ମଧ୍ୟ ବିଶେଷ ଉନ୍ନତି ଘଟାଇଛି।
ଏହି ସଫଳତା ସୋଆର ଡାକ୍ତରୀ ଚିକିତ୍ସା, ଗବେଷଣା ଓ ରୋଗୀ ସେବା କ୍ଷେତ୍ରରେ ଉତ୍କର୍ଷତାକୁ ଉଭୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ପ୍ରତିପାଦିତ କରିଛି।

Leave A Reply

Your email address will not be published.