ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର

0

ଭୁବନେଶ୍ବର: ଏବେ ଭିସା ସେବା ପାଇଁ ଓଡ଼ିଶାବାସୀଙ୍କୁ କୋଲକାତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଯିବାକୁ ପଡିବ ନାହିଁ। ଭୁବନେଶ୍ୱରରେ ଏହି ସୁବିଧା ଆରମ୍ଭ ହେବାରୁ ବିଦେଶ ଯିବାକୁ ଇଚ୍ଛୁକ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।

ବରମୁଣ୍ଡା ଅଞ୍ଚଳର ବିଏସଏବିଟି ପ୍ରାଙ୍ଗଣରେ ଏହି ଭିସା ଆବେଦନ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠୁ ଏହି ସେବା ଭୁବନେଶ୍ୱରରେ ଉପଲବ୍ଧ ହୋଇଛି। VFS Global ଦ୍ୱାରା ପରିଚାଳିତ ଏହି କେନ୍ଦ୍ରରୁ ଚଳିତ ମାସର ୭ ତାରିଖରୁ ଇଂଲଣ୍ଡ, ଅଷ୍ଟ୍ରିଆ ଓ ସ୍ୱିଜରଲ୍ୟାଣ୍ଡ ପାଇଁ ଭିସା ସେବା ଆରମ୍ଭ ହେବ। ଏପ୍ରିଲ ୧୦ ତାରିଖରୁ ଆୟାରଲ୍ୟାଣ୍ଡ, ଇଟାଲୀ, ଜାପାନ ଓ ଏଷ୍ଟୋନିଆ ପାଇଁ ସେବା ମିଳିବ।

ଏହାସହ ଏପ୍ରିଲ ୧୭ ତାରିଖରୁ ଇଜିପ୍ଟ ଓ ମରୋକ୍କୋ, ଏବଂ ଏପ୍ରିଲ ୨୪ରୁ ଯୁରୋପୀୟ ୟୁନିୟନର ମାଲ୍ଟା (ଡି-ଭିସା) ପାଇଁ ସେବା ଆରମ୍ଭ ହେବ। ମୋଟ ୧୦ଟି ଦେଶ ପାଇଁ ଏଠାରୁ ଭିସା ସୁବିଧା ମିଳିବ ଏବଂ ଆଗାମୀ ଦିନରେ ଆଉ ଦେଶ ଯୋଡ଼ାଯିବ ବୋଲି ସରକାର କହିଛନ୍ତି। ଏହି କେନ୍ଦ୍ର ପାଇଁ ପ୍ରାୟ ୩,୦୦୦ ବର୍ଗଫୁଟ୍ ସ୍ଥାନ ଦିଆଯାଇଛି ଏବଂ ଆବଶ୍ୟକ ପଡିଲେ ଅଧିକ ସ୍ଥାନ ମଧ୍ୟ ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ୨୩ ତାରିଖରେ ରାଜ୍ୟର ଗୃହ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ VFS Global ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

Leave A Reply

Your email address will not be published.