ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ; ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ସାରା ଓଡ଼ିଶାରେ ଉତ୍ସାହ ଓ ଉଲ୍ଲାସର ମାହୋଲ ଦେଖିବାକୁ ମିଳୁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିନକୁ ଉଦ୍ୟାପନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡିଆ ଭାଇଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁଙ୍କ ନିକଟରେ ଓଡି଼ଶାବାସୀଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ କାମନା କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ଯୋଗେ ଓଡ଼ିଆ ଭାଷାରେ ସନ୍ଦେଶ ଦେଇ କହିଛନ୍ତି ଯେ, ଉତ୍କଳ ଦିବସର ଏହି ବିଶେଷ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା।ସେ ଓଡ଼ିଶାକୁ ସାଂସ୍କୃତିକ ଓ ଆଧ୍ୟାତ୍ମିକ ମହାନତାର ଏକ ଶାଶ୍ୱତ ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ। ଓଡ଼ିଆ ସଙ୍ଗୀତ, କଳା ଓ ସାହିତ୍ୟ ଭାରତୀୟ ସଂସ୍କୃତିକୁ ବିଭିନ୍ନ ମାର୍ଗରେ ସମୃଦ୍ଧ କରିଥିବା କଥା ସେ ଉଲ୍ଲେଖ କରିଥିଲେ।

ସେହିପରି ଓଡ଼ିଶାର ଲୋକମାନଙ୍କ ଦୃଢ଼ ସଂକଳ୍ପ, ସରଳତା ଓ ସ୍ନେହପୂର୍ଣ୍ଣ ସ୍ୱଭାବକୁ ସ୍ତୁତି କରି ସେ କହିଥିଲେ ଯେ, ରାଜ୍ୟର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଦେଶକୁ ଉଲ୍ଲେଖନୀୟ ଅବଦାନ ଦେଇଆସୁଛନ୍ତି। ଆଗାମୀ ଦିନରେ ଓଡ଼ିଶା ଅଧିକ ପ୍ରଗତି କରି ନୂଆ ଶିଖର ଛୁଇଁବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.