ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମେଡିସିନ୍ କ୍ୟାଟେଗୋରୀରେ ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

0

ଭୁବନେଶ୍ୱର , ଏପ୍ରିଲ ୦୧: ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌-୨୦୨୬ (ମେଡିସିନ୍ କ୍ୟାଟେଗୋରୀ)ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡି ଟୁ ବି ବିଶ୍ୱବିଦ୍ୟାଳୟ ମହତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି। ବିଷୟ ଭିତିକ ମେଡିସିନ୍ କ୍ୟାଟେଗୋରୀରେ ୭୦୧-୮୫୦ ବ୍ରାକେଟ୍‌ରେ ସ୍ଥାନୀତ ହୋଇ ସୋଆ ବିଶ୍ୱସ୍ତରୀୟ ଶୈକ୍ଷିକ ଓ ଗବେଷଣାତ୍ମ ଉତ୍କର୍ଷତା ନିମନ୍ତେ ନିଜକୁ ପ୍ରତିପାଦିତ କରିପାରିଛି।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ଦେଶର ଅଗ୍ରଣୀ ମେଡିକାଲ୍ କଲେଜ ଭାବେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ୍‌ରେ ୧୫ତମ ସ୍ଥାନ ହାସଲ କରିଥିବା ବେଳେ ବିଶ୍ୱ ବିଦ୍ୟାଳୟ କ୍ୟାଟେଗୋରୀରେ ସୋଆ ୧୫ତମ ସ୍ଥାନରେ ରହିଛି।

ପୂର୍ବ ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଭାବେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ୨୦୦୫ ମସିହାରୁ ଓଡ଼ିଶା ଏବଂ ଏହାର ପଡ଼ୋଶୀ ରାଜ୍ୟର ଅଧିବାସୀଙ୍କୁ ଉତ୍କୃଷ୍ଟମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛି। ବିଗତ ବର୍ଷ ଗୁଡ଼ିକରେ ଉତମ ସ୍ୱାସ୍ଥ୍ୟ ସେବା ଏବଂ ସୁଲଭ ମୂଲ୍ୟର ହସ୍ପିଟାଲ୍ ବ୍ୟବସ୍ଥାକୁ ନେଇ ସମାଜର ସବୁ ବର୍ଗରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଏକ ପ୍ରମୁଖ ନାମ ଭାବେ ଉଭା ହୋଇଛି। କୁଶଳୀ ବିଶେଷଜ୍ଞଙ୍କୁ ନେଇ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ଏହି ଅନୁଷ୍ଠାନ ନିଜର ଭିତିଭୂମିରେ ମଧ୍ୟ ବିଶେଷ ଉନ୍ନତି ଘଟାଇଛି।
ଏହି ସଫଳତା ସୋଆର ଡାକ୍ତରୀ ଚିକିତ୍ସା, ଗବେଷଣା ଓ ରୋଗୀ ସେବା କ୍ଷେତ୍ରରେ ଉତ୍କର୍ଷତାକୁ ଉଭୟ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ପ୍ରତିପାଦିତ କରିଛି।

Leave A Reply

Your email address will not be published.