ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ

0

ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ

ନ୍ୟୁଜ୍ ବ୍ୟୁରୋ: ମଧ୍ୟପ୍ରାଚ୍ୟ ଯୁଦ୍ଧ, ଡଲାର ମୂଲ୍ୟ ବୃଦ୍ଧି ଏବଂ ପେଟ୍ରୋଲ-ଡିଜେଲ ଦର ବଢ଼ିବାର ପ୍ରଭାବ ଏବେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ପଡ଼ିଛି। ପରିବହନ ଖର୍ଚ୍ଚ ବଢ଼ିବା ଯୋଗୁଁ ଖାଇବା ତେଲ, ଡାଲି, ଚିନି ସହ ବିଭିନ୍ନ ଗ୍ରୋସରି ସାମଗ୍ରୀର ଦର ବୃଦ୍ଧି ପାଇଛି। ଏହାର ସିଧା ପ୍ରଭାବ ଖାଉଟିଙ୍କ ପକେଟ୍‌ ଉପରେ ପଡ଼ିଛି।

ଗତ ସପ୍ତାହକ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ପ୍ରାୟ ୪ ଟଙ୍କା ବଢ଼ିଛି। ଏହା ଫଳରେ ପରିବହନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। ପୂର୍ବରୁ କ୍ୱିଣ୍ଟାଲ ପିଛା ୪୫ ଟଙ୍କା ପରିବହନ ଖର୍ଚ୍ଚ ପଡ଼ୁଥିବାବେଳେ ବର୍ତ୍ତମାନ ଏହା ୩୦ରୁ ୪୦ ଟଙ୍କା ଅଧିକ ବଢ଼ିଛି। ଦୋକାନୀ ଓ ଗୋଦାମ ମାଲିକମାନେ ଏହି ଅତିରିକ୍ତ ଖର୍ଚ୍ଚକୁ ସାମଗ୍ରୀ ଦରରେ ଯୋଡ଼ି ଦେଉଛନ୍ତି।

ଖାଇବା ତେଲ ଦରରେ ସବୁଠାରୁ ଅଧିକ ବୃଦ୍ଧି ଦେଖାଯାଇଛି। ସୋରିଷ ତେଲ ଲିଟର ପିଛା ୪ରୁ ୫ ଟଙ୍କା ବଢ଼ିଥିବାବେଳେ ପାମୋଲିନ୍ ତେଲରେ ୭ ଟଙ୍କା ବୃଦ୍ଧି ହୋଇଛି। ଡାଲି ଜାତୀୟ ସାମଗ୍ରୀରେ ମଧ୍ୟ କିଲୋ ପିଛା ୧ରୁ ୪ ଟଙ୍କା ପର୍ଯ୍ୟନ୍ତ ଦର ବଢ଼ିଛି। ବୁଟ ଡାଲି ବର୍ତ୍ତମାନ କିଲୋ ପିଛା ୮୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଚିନି ଦର ମଧ୍ୟ କିଲୋ ପିଛା ୨ ଟଙ୍କା ବୃଦ୍ଧି ପାଇ ୪୮ରୁ ୫୦ ଟଙ୍କାରେ ପହଞ୍ଚିଛି।
ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଭାରତରେ ପ୍ରାୟ ୪୦ ପ୍ରତିଶତ ଖାଇବା ତେଲ ବିଦେଶରୁ ଆମଦାନୀ ହୁଏ। ଡଲାର ମୂଲ୍ୟ ୯୬ ଟଙ୍କା ଉପରେ ପହଞ୍ଚିବାରୁ ଆମଦାନୀ ଖର୍ଚ୍ଚ ବଢ଼ିଛି। ଏହାର ପ୍ରଭାବ ସିଧାସଳଖ ସାମଗ୍ରୀ ଦର ଉପରେ ପଡ଼ୁଛି। ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ପରିବହନ ଖର୍ଚ୍ଚ ବଢ଼ିବା ଫଳରେ ସାମଗ୍ରୀ ଦାମ ବୃଦ୍ଧି ଅନିବାର୍ୟ ହୋଇପଡ଼ିଛି। ଆଗାମୀ ଦିନରେ ଯଦି ସରକାର ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ଲାଗୁ କରନ୍ତି, ତେବେ ଦରଦାମ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Leave A Reply

Your email address will not be published.