ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର

0

ନୂଆଦିଲ୍ଲୀ: ସରକାରଙ୍କ ସହ ତିନି ପର୍ଯ୍ୟାୟ ଆଲୋଚନା ପରେ ସିଜେପି ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ତୁରନ୍ତ ପ୍ରଭାବରୁ ପ୍ରତ୍ୟାହାର କରାଯାଇଛି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ସିଜେପିର ଜାତୀୟ ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି, ସଂଗଠନର ତିନୋଟି ପ୍ରମୁଖ ଦାବି ଥିଲା। ପ୍ରଥମ ଦାବି ଅନୁଯାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଏହାଛଡ଼ା ଆନ୍ଦୋଳନ ସମୟରେ ମୃତ ଛାତ୍ରଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ଦାବି କରାଯାଇଥିଲା।

ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ କହିଛନ୍ତି, ସରକାର ସମସ୍ତ ମାମଲା ପ୍ରତ୍ୟାହାର କରିବା ସହ ଏଫ୍‌ଆଇଆର୍‌ର କପି ପ୍ରଦାନ କରିବାକୁ ଆଶ୍ୱାସନ ଦେଇଛନ୍ତି। ଭବିଷ୍ୟତରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ମିଳିଥିବା ସେ କହିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି, ସିଜେପି ପକ୍ଷରୁ ଦିଆଯାଇଥିବା ପାଞ୍ଚଟି ପରାମର୍ଶ ଉପରେ ସରକାର ବିଚାର କରିବେ। ଆଲୋଚନାରେ କେନ୍ଦ୍ର ମନ୍ତ୍ରୀ ଜେ.ପି. ନଡ୍ଡା, ଜିତେନ୍ଦ୍ର ସିଂହ, ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ଏବଂ ଜାତୀୟ ମୁଖପାତ୍ର ଆଶୁତୋଷ ରାଙ୍କା ଉପସ୍ଥିତ ଥିଲେ। ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରି ସିଜେପି ସମସ୍ତ ସମର୍ଥକଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ନିଜ ନିଜ ଘରକୁ ଫେରିଯିବାକୁ ଅନୁରୋଧ କରିଛି।

Leave A Reply

Your email address will not be published.