ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ପ୍ରତିଯୋଗିତାମୂଳକ ପରୀକ୍ଷାର ବିଶ୍ୱସନୀୟତା, ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ବାର୍ତ୍ତାରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲକ୍ଷ୍ୟରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଏହି ଟାସ୍କ ଫୋର୍ସର ନେତୃତ୍ୱ ଇନଫୋସିସର ସହ-ସଂସ୍ଥାପକ ତଥା ପ୍ରଯୁକ୍ତିବିଦ୍ ନନ୍ଦନ ନୀଲେକଣି ନେବେ। ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ, ସ୍ୱଚ୍ଛ ଏବଂ ପ୍ରଯୁକ୍ତିନିର୍ଭର କରିବା ପାଇଁ ଟାସ୍କ ଫୋର୍ସ ବିଭିନ୍ନ ସୁପାରିସ ପ୍ରସ୍ତୁତ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ବିଶ୍ୱାସ ଅତୁଟ ରହିବା ଅତ୍ୟନ୍ତ ଜରୁରୀ। ସେଥିପାଇଁ ପରୀକ୍ଷା ପ୍ରଣାଳୀରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ସ୍ୱଚ୍ଛତା ବୃଦ୍ଧି ଏବଂ ସମ୍ଭାବ୍ୟ ଅନିୟମିତତାକୁ ରୋକିବା ଉପରେ ଟାସ୍କ ଫୋର୍ସ ଗୁରୁତ୍ୱ ଦେବ। ଏହି ଟାସ୍କ ଫୋର୍ସର ସୁପାରିସ ଆଧାରରେ ଦେଶର ପ୍ରତିଯୋଗିତାମୂଳକ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ନିରାପଦ, ବିଶ୍ୱସନୀୟ ଓ ପ୍ରଯୁକ୍ତିସମ୍ପନ୍ନ କରିବା ଦିଗରେ ପଦକ୍ଷେପ ନିଆଯିବ।

Leave A Reply

Your email address will not be published.