ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କଲା ସୋଆ

0

ଭୁବନେଶ୍ୱର: କର୍କଟ ରୋଗୀ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ସହ ସେମାନଙ୍କ ଥଇଥାନ, ମାନସିକ ଓ ସାମାଜିକ ସହଯୋଗ ଏବଂ ରୋଗୀଙ୍କ କଲ୍ୟାଣ କ୍ଷେତ୍ରରେ ନିଃସ୍ୱାଥର୍ପର ସେବା ପାଇଁ ୪୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କରିଛି ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ।

ସୋଆ କ୍ୟାମ୍ପସ୍‌ରେ ଶନିବାର ‘ଚାମ୍ପିଅନ୍ସ ଅଫ୍ ହୋପ୍ ୨୦୨୬’ କାର୍ଯ୍ୟକ୍ରମରେ କର୍କଟ ରୋଗୀଙ୍କ ପୁନର୍ବାସ ଓ ରୋଗମୁକ୍ତ ଜୀବନ ସଂପର୍କିତ ଏକ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ୪୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ -୧ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ କ୍ୟାମ୍ପସ -୨ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ରାଜେଶ କୁମାର ଲେଙ୍କା ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍‌ର ଡିନ୍ ଡାକ୍ତର ରୁଚି ଭୂୟାଁ ଯୋଗ ଦେଇଥିଲେ। ସୋଆର କର୍ପୋରେଟ୍ ସୋସିଆଲ୍ ରେସପନ୍ସିବିଲିଟି (ସିଏସ୍‌ଆର୍‌), ଦକ୍ଷତା ବିକାଶ ଓ ଉଦ୍ୟୋଗ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ଏହି ଅବସରରେ ପ୍ରଫେସର ନନ୍ଦ କର୍କଟ ରୋଗୀ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେଉଥିବା ସଂଗଠନଗୁଡ଼ିକର ଉଦ୍ୟମକୁ ପ୍ରଶଂସା କରିବା ସହ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏକ ସୁସ୍ଥ, ଯନ୍ତ୍ରଣାମୁକ୍ତ ଓ କର୍କଟ ରୋଗ ସଂପର୍କରେ ସଚେତନ ଭାରତ ଗଠନ ପାଇଁ ସମସ୍ତଙ୍କର ମିଳିତ ପ୍ରୟାସ ଆବଶ୍ୟକ ବୋଲି ସେ କହିଥିଲେ। ଡାକ୍ତର ସାମନ୍ତସିଂହାର କର୍କଟ ରୋଗର କଠିନ ଯାତ୍ରାରେ ରୋଗୀ ଓ ସେମାନଙ୍କ ପରିବାରକୁ ସହଯୋଗ କରିବାରେ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ଭୂମିକାକୁ ଗୁରୁତ୍ୱ ଦେଇଥିବା ବେଳେ ପ୍ରଫେସର ମିଶ୍ର କର୍କଟ ପ୍ରଭାବିତ ପରିବାରଗୁଡ଼ିକ ମୁହଁରେ ହସ ଫୁଟାଇବା ଓ ସେମାନଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିବାରେ ସଂଗଠନଗୁଡ଼ିକର ଅବଦାନକୁ ପ୍ରଶଂସା କରିଥିଲେ। ଡାକ୍ତର ଭୂୟାଁ ତମାଖୁ ସେବନ ସହ ଜଡ଼ିତ ମୁଖଗହ୍ୱର କର୍କଟ ସଂପର୍କରେ ଜନସଚେତନତା ବୃଦ୍ଧି କରିବାକୁ ସଂଗଠନଗୁଡ଼ିକୁ ଆହ୍ୱାନ ଦେବା ସହ ଏ କ୍ଷେତ୍ରରେ ଅନୁଷ୍ଠାନ ପକ୍ଷରୁ ସହଯୋଗର ଆଶ୍ୱାସନା ଦେଇଥିଲେ।
ଏହି ସମ୍ମିଳନୀରେ ବିଶିଷ୍ଟ ଶିଶୁ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସରୋଜ ପ୍ରସାଦ ପଣ୍ଡା, ଡାକ୍ତର ରାଜଶ୍ରୀ ଏବଂ ରକ୍ତରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଙ୍କା ସାମଲ ଯୋଗ ଦେଇଥିଲେ। କର୍କଟ ରୋଗରେ ପୀଡ଼ିତ ଶିଶୁମାନେ ଅତିଥିମାନଙ୍କ ସହ ମିଶି ଦୀପ ପ୍ରଜ୍ୱଳନ କରିବା ଏହି ଅବସରର ଏକ ଭାବପ୍ରବଣ ମୁହୂର୍ତ ଥିଲା । ଏହା ସାହସ, ଧୈର୍ଯ୍ୟ ଓ ଆଶାର ପ୍ରତୀକ ଥିଲା।

ଶ୍ରୀ ନାୟକ ସଂଗଠନଗୁଡ଼ିକୁ ସେମାନଙ୍କ ସଫଳତାର କାହାଣୀ ଓ ଫଟୋଚିତ୍ର ସାମ୍ନାକୁ ଆଣିବାକୁ ଉତ୍ସାହିତ କରିଥିଲେ, ଯାହାଦ୍ୱାରା କର୍କଟ ରୋଗୀ ଓ ସେମାନଙ୍କ ପରିବାର ସାହସ ଓ ଆରୋଗ୍ୟର ପ୍ରେରଣା ପାଇପାରିବେ। ସମ୍ମିଳନୀର ଶେଷରେ ଯୋଗଦେଇଥିବା ସମସ୍ତ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କରାଯାଇଥିଲା । ର୍କକଟ ରୋଗୀଙ୍କ ଜୀବନରେ ଆଶା, ମର୍ଯ୍ୟାଦା ଓ ମନୋବଳ ଭରିଦେଉଥିବା ଏହି ସଂଗଠନଗୁଡ଼ିକୁ ସମାଜର ଅନାଲୋଚିତ ନାୟକ ଭାବେ ସ୍ୱୀକୃତି ଦିଆଯାଇଥିଲା।

Leave A Reply

Your email address will not be published.