ଭୁବନେଶ୍ବର: ଷ୍ଟେଟ୍ ସିଲେକ୍ସନ ବୋର୍ଡ (ଏସ୍ଏସ୍ବି) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ନିଯୁକ୍ତି ପାଇଁ ଆଜିଠାରୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଆରମ୍ଭ ହୋଇଛି। ନଭେମ୍ବର ୨୫ ଓ ୨୭ ତାରିଖ ସମେତ ଡିସେମ୍ବର ୧, ୨, ୩ ଓ ୪ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।
ପ୍ରତିଦିନ ତିନୋଟି ସିଫ୍ଟରେ ପରୀକ୍ଷା କରାଯିବ। ରାଜ୍ୟର ୭୯ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧ ଲକ୍ଷ ୧୬ ହଜାର ୨୬୬ ଜଣ ପରୀକ୍ଷାର୍ଥୀ ଏଥିରେ ଭାଗ ନେବେ। ବିଭିନ୍ନ ସରକାରୀ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଖାଲିଥିବା ୮୮୩ଟି ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦ ପୂରଣ ପାଇଁ ଏହି ନିଯୁକ୍ତି ପରୀକ୍ଷା କରାଯାଉଛି।