ପ୍ରମୁଖ ଖବର

ସାମୁଦ୍ରିକ ଭିତ୍ତିଭୂମି ବିକାଶର ନୂଆ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ
ଆଗାମୀ କିଛି ବର୍ଷରେ ଦେଶର ଅଗ୍ରଣୀ ଔଦ୍ୟୋଗିକ ହବ୍ ପାଲଟିବ ପାରାଦୀପ
ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଇତ ବନ୍ଦାଣ ପରମ୍ପରା
ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
ପୂର୍ବ ଏସିଆର ଗେଟ୍‌-ୱେ ଭାବେ ଓଡ଼ିଶାର ପରିଚୟ ସୁଦୃଢ଼ ହେଉଛି
ପାନୀୟ ଜଳର ମାନ ନେଇ ବିସଲେରି ଅଡୁଆରେ, FSSAI ନେଲା କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ ଯୋଜନାରେ ଅଢ଼େଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା
ଏସିଆରେ ତୃତୀୟ ସ୍ଥାନରେ ଭାରତ, ମୋଦିଙ୍କୁ ନେଇ ରିପୋର୍ଟରେ ଉଲ୍ଲେଖ

ତୁର୍କୀରେ ସାମରିକ ହେଲିକପ୍ଟର ଦୁର୍ଘଟଣା, ୫ ମୃତ

0

ତୁର୍କୀ: ତୁର୍କୀର ପଶ୍ଚିମ ଅଞ୍ଚଳରେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାରେ ୫ ଜଣ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ତାଲିମ ଉଡ଼ାଣ ସମୟରେ ଏହି ଅଘଟଣ ଘଟିଥିବା ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଗତ ଦୁଇ ସପ୍ତାହ ମଧ୍ୟରେ ତୁର୍କୀ ସଶସ୍ତ୍ର ବାହିନୀ ସହ ଜଡ଼ିତ ଏହା ଦ୍ୱିତୀୟ ହେଲିକପ୍ଟର ଦୁର୍ଘଟଣା।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ଏଏସ୍‌-୫୩୨ କୁଗାର ମଡେଲର। ମଙ୍ଗଳବାର ସନ୍ଧ୍ୟାରେ ଏହା ଏସ୍କିସେହିରସ୍ଥିତ ବାୟୁସେନାର ପ୍ରଥମ ମୁଖ୍ୟ ଜେଟ୍‌ ବେସ୍‌ କମାଣ୍ଡରୁ ତାଲିମ ଉଡ଼ାଣରେ ବାହାରିଥିଲା। ତେବେ ଉଡ଼ାଣର କିଛି ସମୟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ପାଇବା ପରେ ତୁରନ୍ତ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏସ୍କିସେହିର ସହର କେନ୍ଦ୍ରଠାରୁ ପ୍ରାୟ ୧୫ କିଲୋମିଟର ପଶ୍ଚିମରେ ଥିବା ୟୋରୁକାକଚାୟିର ଗ୍ରାମ ନିକଟରେ ହେଲିକପ୍ଟରଟି ଖସିପଡ଼ିଥିଲା। ଘଟଣାସ୍ଥଳରେ ଜରୁରୀକାଳୀନ ସେବା ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। ପରେ ହେଲିକପ୍ଟରରେ ଥିବା ପାଞ୍ଚ ଜଣ ଯାକ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ ନେଇ ମନ୍ତ୍ରଣାଳୟ ନିଶ୍ଚିତ କରିଥିଲା।

Leave A Reply

Your email address will not be published.