ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଖୋଲିବ ୫୮ ଟି ଶୀତଳ ଭଣ୍ଡାର

0

ଭୁବନେଶ୍ବର; ଗୃହରେ ଉଠିଲା ଆଳୁ ପ୍ରସଙ୍ଗ। ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ନହେବାକୁ ସରକାର ବଦ୍ଧପରିକର ବୋଲି ଉପମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ଏହସହ ୫୮ ଟି ସବଡିଭିଜନରେ କୋଲଡ୍ ଷ୍ଟୋରେଜ ହେବା ପାଇଁ ଲକ୍ଷ୍ୟ ରହିଥିବା ନେଇ ସୂଚନା ଦେଇଛନ୍ତି।
ଚଳିତ ରବି ଋତୁରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୧୫ ହଜାର ୨୩ ହେକ୍ଟରରେ ଆଳୁ ଚାଷ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଆଳୁ ଚାଷ କରିବା ସହ ତାକୁ ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯାଉଛି। “ଆଗାମୀ ଦିନରେ ଶୀତଳ ଭଣ୍ଡାରକୁ ଗୁରୁତ୍ଵ ଦିଆଯିବ। ସେହିପରି ବାଲେଶ୍ବର ଜିଲ୍ଲାରେ ୩୦୦ ହେକ୍ଟର ଆଳୁ ବିହନ ଯୋଗାଇ ଦିଆଯାଇଛି। ଶୀତଳ ଭଣ୍ଡାର ଗୁଡିକ ପୁନରୁଦ୍ଧାର କରାଯିବ” ବୋଲି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିସହିତ ପୂର୍ବ ସରକାରଙ୍କୁ କଡା ଆକ୍ରମଣ କରିଛନ୍ତି କେଭି। କେଭି କହିଛନ୍ତି, ପୂର୍ବ ସରକାରଙ୍କ ଆଳୁ ମିଶନ ଫେଲ ମାରିଛି। ଆଉ ଏବେ ଆଳୁ ସଙ୍କଟ ଦେଖାଦେଇଥିବା ବେଳେ ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ୍‌ କରୁଛି। ତେଣୁ ଓଡ଼ିଶାରେ ଆଳୁ ଉତ୍ପାଦନ କରି ନିର୍ଭରଶୀଳ ନହେବାକୁ ସରକାର ବଦ୍ଧପରିକର। ଏଥିପାଇଁ ରବି ଋତୁରେ ଆଳୁ ଚାଷ ପାଇଁ ୬୪ କୋଟି ଖର୍ଚ୍ଚ ହୋଇଛି।

ଆଳୁର ଅଭାବୀକୁ ଭରଣା କରିବାକୁ ରାଜ୍ୟରେ ବିକଳ୍ପ ଚାଷୀ ବିବିଧକରଣ କରିବାକୁ ବିଚାର କରାଯିବ। ରାଜ୍ୟରେ ଆଳୁ ଚାଷ ଓ ଉତ୍ପାଦନ ବୃଦ୍ଧି କରାଯିବା ଉପରେ ଗୁରୁତ୍ବ ଦିଆଯିବ। ଏବଂ ପ୍ରତିବର୍ଷ ଯେଉଁ ଆଳୁ ଉତ୍ପାଦନ ହେବ ତାକୁ ମହଜୁଦ ରଖିବାକୁ ରାଜ୍ୟରେ ୫୮ଟି ଶୀତଳ ଭଣ୍ଡାର ଖୋଲିବାକୁ ମଧ୍ୟ ଯୋଜନା କରାଯାଉଛି, ଯାହା ଉଭୟ ବିଦ୍ୟୁତ ଓ ସୌର ଶକ୍ତିରେ ଚାଲିବ। ଗୃହରେ ଉଭୟ ବିଧାୟକ ଅଶ୍ବିନୀ ପାତ୍ର ଓ ଗଣେଶ୍ବର ବେହେରାଙ୍କ ଉତ୍ତର ଦେବାକୁ ଯାଇ କନକ ବର୍ଦ୍ଧନ ସିଂଦେଓ ଏହି ଉତ୍ତର ରଖିଛନ୍ତି।

Leave A Reply

Your email address will not be published.