ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଚତୃର୍ଥ ପର୍ଯ୍ୟାୟରେ ୭୩% ମତଦାନ, ନଗଡାରେ ରେକର୍ଡ

0

ଶାନ୍ତିଶୃଙ୍ଖଳାର ସହ ରାଜ୍ୟରେ ସରିଛି ଚତୃର୍ଥ ପର୍ଯ୍ୟାୟ ମତଦାନ । ଚତୃର୍ଥ ପର୍ଯ୍ୟାୟରେ ୭୩ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିଶନର ଏନେଇ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି । ଚୂଡାନ୍ତ ସଂଖ୍ୟା ଆସିଲେ ଏହା ବଢିପାରେ । ତେବେ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଥିବା ବେଳେ ୪,୫ଟି ଜାଗାରେ ବିଭିନ୍ନ କାରଣରୁ ଭୋଟଦାନରେ ବାଧାପ୍ରାପ୍ତ ହୋଇଛି । ଜିଲ୍ଳାପାଳଙ୍କଠୁ ରିପୋର୍ଟ ମିଳିଲା ପରେ ପଦକ୍ଷେପ ନିଆଯିବ ବୋଲି ନିର୍ବାଚନ କମିଶନର କହିଛନ୍ତି ।

ତେବେ ଯାଜପୁର ଜିଲ୍ଲାରେ ନଗଡାରେ ୨୦ ବର୍ଷ ପରେ ଭୋଟ ପଡିଛି । ଆଜି ହୋଇଥିବା ଭୋଟଗ୍ରହଣରେ ନଗଡାରେ ୮୩% ମତଦାନ ହୋଇଛି । ରାଜ୍ୟ
ନିର୍ବାଚନ କିମଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, ନକ୍ସଲ ପ୍ରବଣ ନିୟମଗିରି ତ୍ରିଲୋଚନପୁରରେ ମଧ୍ୟ ୮୦% ମତଦାନ ହୋଇଛି । ଯୋଗାଯୋଗ ସମସ୍ୟା ଯୋଗୁ ଉଭୟ ନଗଡା ଓ ତ୍ରିଲୋଚନପୁରରେ ଭୋଟ ହୋଇପାରୁନଥିଲା । ନିର୍ବାଚନ କମିଶନର କହିଛନ୍ତି, ଚତୃର୍ଥ ପର୍ଯ୍ୟାୟ ନିର୍ବାଚନ ସୁରୁଖୁରରେ ଶେଷ ହୋଇଛି । ଷ୍ଟ୍ରଙ୍ଗରୁମରେ ସିସିଟିଭ ସହ ୨୪ ଘଣ୍ଟିଆ ବିଦ୍ୟୁତ ସଂଯୋଗ ରହିଛି । ଭୋଟ ଗଣତି ପୂର୍ବରୁ ଷ୍ଟ୍ରଙ୍ଗ ରୁମ ନଖୋଲିବାକୁ ନିର୍ଦ୍ଦେଶ ଅଛି । ଦଳମାନଙ୍କୁ ବି ଷ୍ଟ୍ରଙ୍ଗରୁମ ଜଗିବାକୁ ଉତ୍ସାହିତ କରାଯାଉଛି ।

Leave A Reply

Your email address will not be published.