ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍

0

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ସିଡିଏସସିଓ ଟେଷ୍ଟିଂ ପାଇଁ ନୂଆ ନିର୍ଦ୍ଦେଶମାନା ଜାରି କରିଥିଲା। ଏଥିରେ କୁହାଯାଇଥିଲା, ସମସ୍ତ ଡ୍ରଗ୍ସ ଇନସ୍ପେକ୍ଟର ମାସକୁ ସର୍ବନିମ୍ନ ୧୦ଟି ଔଷଧର ନମୂନା ଏକତ୍ର କରିବେ। ଏହି ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍। ଆମେ ଦୈନନ୍ଦୀନ ଜୀବନରେ ବ୍ୟବହାର କରୁଥିବା ଆଣ୍ଟିବାଇଓଟିକ୍ସ, ଗ୍ୟାସ୍ ମେଡିସିନ୍, ଥାଇରଏଡ୍, କୋଲଷ୍ଟ୍ରଲ୍ ଭଲି ଔଷଧ ମଧ୍ୟ ଏହି ତାଲିକାରେ ସାମିଲ ରହିଛି । ଯାହାକୁ ନେଇ ଏବେ ହାଇ ଆଲର୍ଟ ଜାରି କରିଛନ୍ତି କେନ୍ଦ୍ର ସରକାର। ଡାକ୍ତରଙ୍କ ବିନା ପରାମର୍ଶରେ ଏହି ସବୁ ଔଷଧ ଖାଇବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

ତେବେ ସିଡିଏସସିଓ ପକ୍ଷରୁ ଏହି ଔଷଧ ଗୁଡ଼ିକର ଗୁଣବତ୍ତା ପରୀକ୍ଷା କରାଯାଇଥିବା ବେଳେ ଏଥିରୁ ୮୪ଟି ମେଡିସିନ୍ ନିମ୍ନମାନର ବୋଲି ଜଣାପଡିଛି। ଡିସେମ୍ବର ୨୦୨୪ରେ ଆସିଥିବା ନୂଆ ରିପୋର୍ଟ ଅନୁଯାୟୀ, ବିଭିନ୍ନ ଫାର୍ମା କମ୍ପାନି ପକ୍ଷରୁ ନିର୍ମିତ ହୋଇଥିବା ୮୪ ଔଷଧ ମାନକ ପରୀକ୍ଷଣରେ ଫେଲ୍ ମାରିଛି। ଏଥିରେ ଆସିଡିଟି, ଡାଇବେଟିକ୍, ଥାଇରଏଡ୍ ସହ ହାଇ-କୋଲେଷ୍ଟ୍ରଲ୍ ଏବଂ ଜୀବାଣୁ ସଂକ୍ରମଣ ଭଳି ସାମାନ୍ୟ ସ୍ଥିତି ପାଇଁ ନିର୍ଦ୍ଧାରିତ ଥିବା ମେଡିସିନ ସାମିଲ୍ ରହିଛି। ଯାହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଛି। ଏନଏସକ୍ୟୁ ଭାବେ ଔଷଧର ନମୂନା ପରୀକ୍ଷା ପାଇଁ ଗୋଟିଏ କିମ୍ବା ଦ୍ବିତୀୟ ନିର୍ଦ୍ଧିଷ୍ଟ ଗୁଣବତା ମାପଦଣ୍ଡ ବିଫଳତା ଆଧାରରେ ଏହି ତଥ୍ୟ ପ୍ରକାଶ କରାଯାଇଥାଏ।

Leave A Reply

Your email address will not be published.