ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଦୁର୍ଘଟଣା କମାଇବା ପାଇଁ ସରକାରୀ ତନାଘନା

0

ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ପ୍ରଥମ ବୈଠକ
ଦୁର୍ଘଟଣାଗ୍ରସ୍ତ ଛାତ୍ରଙ୍କୁ ମନ୍ତ୍ରୀଙ୍କ ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର: ସୋମବାର ପୂର୍ବାହ୍ନରେ ସଚିବାଳୟ ତୃତୀୟ ମହଲା ସମ୍ମିଳନୀକକ୍ଷ ଠାରେ ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ପ୍ରଥମ ବୈଠକ ରାଜ୍ୟ ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ସଡ଼କ ଦୁର୍ଘଟଣାଜନିତ ମୃତୁ୍ୟ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଦୁର୍ଘଟଣାଜନିତ ମୃତୁ୍ୟହାର କମାଇବା ପାଇଁ ବେପରୁଆ ଗାଡ଼ି ଚାଳନା କ୍ଷେତ୍ରରେ ନିୟମିତ ଚଢ଼ାଉ, ଇଞ୍ଜିନିୟରିଂ ଜ୍ଞାନ କୌଶଳର ପ୍ରୟୋଗ, ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ଗଠିତ କମିଟି ଦ୍ୱାରା ପ୍ରଣିତ ନିର୍ଦ୍ଦେଶାବଳୀର ଅନୁପାଳନ, ଜିଲ୍ଲାସ୍ତରରେ ପ୍ରତିମାସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଓ ଦୁର୍ଘଟଣା ଘଟିଲେ ଏକ ଘଣ୍ଟା ମଧ୍ୟରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା ଉପରେ ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଛନ୍ତି । ପ୍ରକାଶଥାଉ କି, ୨୦୧୮ ମସିହାରେ ଦେଶରେ ୧ ଲକ୍ଷ ୪୯ ହଜାର ଦୁର୍ଘଟଣାଜନିତ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶାରେ ୫୩୧୫ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ୫ ହଜାରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣାର ଭୟାବହତାକୁ ଲକ୍ଷ୍ୟ କରି ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ଗଠିତ କମିଟି ଆଗାମୀ ୨୦୨୦ ସୁଦ୍ଧା ମୃତ୍ୟୁ ହାର ୫୦ ପ୍ରତିଶତ କମାଇବା ଓ ପ୍ରତିବର୍ଷ ପୂର୍ବ ବର୍ଷ ତୁଳନାରେ ୧୦ ପ୍ରତିଶତ ମୃତ୍ୟୁ ହାର କମାଇବା ରାଜ୍ୟ ସରକାରଙ୍କ ପାଇଁ ଆହ୍ୱାନ ହୋଇଥିବାବେଳେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ
ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।
ମନ୍ତ୍ରୀ ଆହୁରି କହିଲେ ଯେ ଦ୍ରୁତ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚଳାଇବା, ଟ୍ରାଫିକ୍‌ ନିୟମ ନମାନି ଭୁଲ୍‌ ଦିଗରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର କରିବା, ଟ୍ରାଫିକ୍‌ ପଏଣ୍ଟରେ ନାଲିବତୀ ଜଳୁଥିବା ବେଳେ ରାସ୍ତା ପାର ହୋଇ ଗାଡ଼ି ଚଲାଇବା ହେତୁ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଛି । ଏଣୁ ଏସବୁର ମୁକାବିଲା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ପରିଷଦର ସଦସ୍ୟ ଓ ସମ୍ପୃକ୍ତ ଏନ୍‌ଜିଓମାନଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଦୁର୍ଘଟଣାଗ୍ରସ୍ତ ଛାତ୍ର ଆଶୀର୍ବାଦ ବସ୍ତିଆଙ୍କୁ ସୋଲାଟିୟମ୍‌ ଫଣ୍ଡ୍‌ ସ୍କିମ୍‌ ଅନୁଯାୟୀ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । କଟକ-ଭୁବନେଶ୍ୱର ରାଜ୍ୟ ରାଜପଥରେ ପିତାପଲି ଠାରୁ ଜଗତ୍‌ପୁର ମଧ୍ୟରେ ୨୧ଟି ବ୍ଲାକ୍‌ ସ୍ପଟ୍‌ ଚିହ୍ନିତ ହୋଇଥିବା ପୋଲିସ୍‌ କମିଶନର ବୈଠକରେ ସୂଚନା ଦେଇଥିଲେ । ଏହି ସବୁ ବ୍ଲାକ୍‌ ସ୍ପଟ୍‌ରେ ସାଇନେଜ୍‌ ବ୍ୟବସ୍ଥା କରିବା, ମୁମ୍ବାଇ-ପୁନେ ଜାତୀୟ ରାଜପଥ ଢାଞ୍ଚାରେ ଖୋର୍ଦ୍ଧାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଦୁର୍ଘଟଣା ରୋକିବା ପାଇଁ ସମାନ ବ୍ୟବସ୍ଥା ଗ୍ରହଣ କରିବା, ଭାରି ଯାନଗୁଡ଼ିକ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ସାମଗ୍ରୀ ପରିବହନ ନ କରିବା, ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମାରେ ଛାତ୍ର- ଟ୍ରାଫିକ୍‌ ସ୍ବେଚ୍ଛାସେବୀ ବ୍ୟବସ୍ଥା ଲାଗୁ କରିବା ଉପରେ ଉପସ୍ଥିତ ଅଧିକାରୀ ଓ ପରିଷଦର ସଦସ୍ୟମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହି ବୈଠକରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା, କୃଷି ଉତ୍ପାଦନ କମିଶନର ଶ୍ରୀ ଗଗନ ଧଳ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି.ଶ୍ରୀନିବାସନ୍‌, ସ୍ୱତନ୍ତ୍ର ସଚିବ ଶ୍ରୀ ମନୋରଞ୍ଜନ ମିଶ୍ର, ପରିବହନ କମିଶନର ଶ୍ରୀ ଅନୀଲ କୁମାର ସାମଲ, ପୋଲିସ୍‌ କମିଶନର ଶ୍ରୀ ସତ୍ୟଜିତ୍‌ ମହାନ୍ତି, ସମ୍ପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ, ଟ୍ରକ୍‌
ଓ ବସ୍‌ ମାଲିକ ସଂଘର କର୍ମକର୍ତ୍ତା, ବିଭିନ୍ନ ଏନ୍‌ଜିଓ ଓ ରାଜ୍ୟ ସଡ଼କ ନିରାପତ୍ତା ପରିଷଦର
ସଦସ୍ୟମାନେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.