ପ୍ରମୁଖ ଖବର

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଶିମିଳିପାଳରକୁ ଆସିଲା ମହାରାଷ୍ଟ୍ରରୁ ମହାବଳ
୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି
ପୋଲିସ ପିନ୍ଧିବେ ବଡି କ୍ୟାମେରା
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ବଡ ଘୋଷଣା,୬ ମାସ ଭିତରେ ମିଳିବ ୨୦ ଲକ୍ଷ ଲୋକଙ୍କୁ ଘର
ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ
ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିରେ ବୈଜୟନ୍ତ

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଆର୍ଥିକ ଅନଗ୍ରସର ବ୍ୟକ୍ତିତ୍ୱଙ୍କୁ ମାସକୁ ୧୦ହଜାର

0

ଭୁବନେଶ୍ୱର: ରାଜ୍ୟର ଆର୍ଥିକ ଅନଗ୍ରସର ପଦ୍ମଶ୍ରୀ ବିଜେତା ବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସଂସ୍କୃତି ବିଭାଗର ଏହିପରି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଏହି ବର୍ଗର ପ୍ରତିଭାସଂପନ୍ନ ବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ସ୍ୱରୂପ ମାସକୁ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭତ୍ତା ପାଇଁ ଯୋଗ୍ୟ ବ୍ୟକ୍ତିତ୍ୱଙ୍କ ମାନଦଣ୍ଡ ନିର୍ଦ୍ଧାରଣ କରିବାକୁ ମଧ୍ୟ
ନିର୍ଦ୍ଦେଶ ଦିଆଯାଇଛି ।
କିଛିଦିନ ତଳେ ଏକ ଓଡ଼ିଶା ଖବର କାଗଜରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଶ୍ରୀ ଦୈତାରୀ ନାୟକଙ୍କ ବିଷୟରେ ଏକ ଖବର ପ୍ରକାଶ ପାଇଥିଲା, ଯେଉଁଥିରେ କି ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ ଓ ଏଥିପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାରେ ଯେତେଜଣ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିତ୍ୱ ଅଛନ୍ତି ସେମାନଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଜିଲ୍ଲାପାଳମାନଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୪ ଜଣ ପଦ୍ମଶ୍ରୀ
ପୁରସ୍କାର ପାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର ଦେହାନ୍ତ ହୋଇସାରିଛି । ଅବଶିଷ୍ଟ ଯେଉଁମାନେ କର୍ମମୟ ଜୀବନଯାପନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଳ୍ପକିଛି ବ୍ୟକ୍ତିଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ ବୋଲି ଜଣାପଡ଼ିଛି । ଏହି ଆର୍ଥିକ ଦୁରାବସ୍ଥାସଂପନ୍ନ ବ୍ୟକ୍ତିତ୍ୱମାନଙ୍କର ଦୈନନ୍ଦିନ ଜୀବନ ଭରଣାପୋଷଣ ପାଇଁ ମୁଖ୍ୟମନ୍ତ୍ରୀ ଏହି ମର୍ମରେ ନିଷ୍ପତ୍ତି ନେଇଛନ୍ତି । ଖୁବ୍‌ ଶୀଘ୍ର ଏହି ବ୍ୟକ୍ତିତ୍ୱମାନଙ୍କୁ ଆର୍ଥିକ ସହାୟତା ଦିଆଯିବ ।
ଏହାଦ୍ୱାରା ଦୈତାରୀ ନାୟକଙ୍କ ପରି ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବ୍ୟକ୍ତିମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିବ ।
ସୂଚନାଯୋଗ୍ୟ ଯେ ଶ୍ରୀ ଦୈତାରୀ ନାୟକ ନିଜ ଉଦ୍ୟମରେ କେଉଁଝର ଜିଲ୍ଲାର ଜଳସେଚନ ରହିତ ପାହାଡ଼ିଆ ଅଞ୍ଚଳରେ ପାହାଡ଼ ଖୋଳି ନଦୀର ଏକ ଚ୍ୟାନେଲ୍‌ ସୃଷ୍ଟି କରି ୨୦୧୮ ମସିହାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ ।

Leave A Reply

Your email address will not be published.