ଆସାମ: ଆସାମର ଗୌହାଟୀ ସହରର ବୋରା ସର୍ଭିସ୍ ଅଞ୍ଚଳରେ ଥିବା ଏକ ହୋଟେଲରେ ଗୁଳିକାଣ୍ଡ ଘଟିଛି। ଅଜ୍ଞାତ ଆତତାୟୀଙ୍କ ଗୁଳିମାଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହୋଟେଲର କିଛି କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହୋଟେଲ ଭିତରେ ହଠାତ୍ ଗୁଳି ଫୁଟିବା ପରେ ପୁଲିସ ତତ୍ପର ହୋଇଉଠିଛି। ଗୌହାଟୀ ପୁଲିସ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ କମିସନର ସୂଚନା ଦେଇଛନ୍ତି। ତେବେ ଗୁଳିକାଣ୍ଡର ପ୍ରକୃତ କାରଣ କ’ଣ ଏବଂ ଏଥିରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୁଲିସର ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ।
ପ୍ରମୁଖ ଖବର
ଡିପିଡିପି ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨ ଦିନ ଘୁଞ୍ଚିଲା ଓସିଏସ୍ ମୁଖ୍ୟ ପରୀକ୍ଷା
ଗୌହାଟୀ ହୋଟେଲରେ ଗୁଳିକାଣ୍ଡ, ୫ ମୃତ; ଜଣେ ଗିରଫ
‘ଗରିବଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯାଉଛି’, ନିର୍ବାଚନ ଆୟୋଗକୁ ଘେରିଲେ ରାହୁଲ ଗାନ୍ଧୀ
କଂଗ୍ରେସର ଭାଷା ଓ ଆଚରଣ ରାଜନୈତିକ ପତନର ସଙ୍କେତ: ଶିବରାଜ
ଟୋଲ୍ ପ୍ଲାଜା ପାଖରେ ରହୁଥିଲେ ବର୍ଷକୁ ମାତ୍ର ୧,୫୦୦ ଟଙ୍କାରେ ପାସ୍!