ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ

0

ନ୍ୟୁଜ ବ୍ୟୁରୋ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ରେ ତଥ୍ୟ ସୁରକ୍ଷା ଉଲ୍ଲଂଘନ ଘଟଣା ସାମ୍ନାକୁ ଆସିଛି। ଅକ୍ଟୋବର ୧୬ରେ ଚିହ୍ନଟ ହୋଇଥିବା ଏହି ଘଟଣାରେ ପ୍ରାୟ ୩.୭୫ ଲକ୍ଷ ଗ୍ରାହକଙ୍କ ରେକର୍ଡ ଡାର୍କ ୱେବ୍‌ରେ ଉପଲବ୍ଧ ଥିବା ବ୍ୟାଙ୍କ ପକ୍ଷରୁ ଷ୍ଟକ୍‌ ଏକ୍ସଚେଞ୍ଜକୁ ଦିଆଯାଇଥିବା ସୂଚନାରେ କୁହାଯାଇଛି। ବ୍ୟାଙ୍କ ଅନୁଯାୟୀ, ଏହି ରେକର୍ଡଗୁଡ଼ିକର ପ୍ରାଥମିକ ଯାଞ୍ଚ ବେଳେ ୩,୮୯୭ ଗ୍ରାହକଙ୍କ ବ୍ୟକ୍ତିଗତ ପରିଚୟ ସମ୍ପର୍କିତ ତଥ୍ୟ ଚିହ୍ନଟ ହୋଇଛି। ଏଥିରେ ନାମ, ମୋବାଇଲ୍‌ ନମ୍ବର, ଜନ୍ମତାରିଖ, ଇମେଲ୍‌ ଓ ଠିକଣା ସହ ବ୍ୟାଙ୍କ ଶାଖା, ସିଆଇଏଫ୍‌ ନମ୍ବର ଏବଂ ଋଣ ସମ୍ପର୍କିତ କିଛି ତଥ୍ୟ ରହିଥିବା କୁହାଯାଇଛି।

ଅକ୍ଟୋବର ୧୬ରେ ବ୍ୟାଙ୍କର ଥ୍ରେଟ୍‌ ଇଣ୍ଟେଲିଜେନ୍ସ ସେବା ପ୍ରଦାନକାରୀ, ଡିଫେନ୍ସ ସାଇବର୍‌ ଏଜେନ୍ସି ଏବଂ ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆର୍‌ଟି-ଇନ୍‌) ପକ୍ଷରୁ ଏସ୍‌ବିଆଇକୁ ସମ୍ଭାବ୍ୟ ତଥ୍ୟ ଲିକ୍‌ ସମ୍ପର୍କରେ ଅବଗତ କରାଯାଇଥିଲା। ଘଟଣାର ଉତ୍ସ, ପରିସର ଓ ସମ୍ଭାବ୍ୟ ବିପଦ ଜାଣିବା ପାଇଁ ବ୍ୟାଙ୍କ ତଦନ୍ତ ଆରମ୍ଭ କରିଛି। ଏଥିପାଇଁ ସିଇଆର୍‌ଟି-ଇନ୍‌ ଅନୁମୋଦିତ ଏକ ସ୍ୱାଧୀନ ସାଇବର୍‌ ସୁରକ୍ଷା ସଂସ୍ଥାକୁ ମଧ୍ୟ ନିୟୋଜିତ କରାଯାଇଛି। ତେବେ ଏହି ଘଟଣା ଯୋଗୁଁ ବ୍ୟାଙ୍କର ମୁଖ୍ୟ ବ୍ୟବସାୟିକ କାର୍ଯ୍ୟ କିମ୍ବା ଆର୍ଥିକ ପ୍ରଦର୍ଶନ ଉପରେ ଉଲ୍ଲେଖନୀୟ ପ୍ରଭାବ ପଡ଼ିନାହିଁ ବୋଲି ଏସ୍‌ବିଆଇ ସ୍ପଷ୍ଟ କରିଛି। ତଦନ୍ତ ପରେ ତଥ୍ୟ ଲିକ୍‌ର ପ୍ରକୃତ କାରଣ ଓ ଏହାର ପୂର୍ଣ୍ଣ ପରିସର ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରିବ।

Leave A Reply

Your email address will not be published.