ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ରାବଣଙ୍କ ଇଷ୍ଟଦେବୀ ଥିଲେ ମାଆ ମଙ୍ଗଳା

0

ଭୁବନେଶ୍ୱର: ଦୁର୍ଗାପୂଜାର ଆଜି ଦ୍ୱିତୀୟ ଦିନ । ରାଜ୍ୟର ସବୁ ଦେବୀ ପୀଠରେ ଚାଲିଛି ମାଆଙ୍କ ପୂଜା । ପୁରୀ ଜିଲ୍ଲାର ମାଆ କାକଟପୁର ମଙ୍ଗଳାଙ୍କ ପୀଠରେ ଷୋଢ଼ଶ ଉପଚାରରେ ଯୁଗଯୁଗ ଧରି ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଅାସୁଛି । ମୂଳା ଅଷ୍ଟମୀ ଠାରୁ ମହାଳୟା ମଧ୍ୟରେ ଧ୍ୟାନମଗ୍ନ ମାଅାଙ୍କୁ ପୂଜା ଉପଚାରରେ ଜାଗ୍ରତ କରାଯାଇଥାଏ । ଶୁକ୍ଲ ପଞ୍ଚମୀ ତିଥିରେ ତାରକ ମାଣ ବେଶ,ମହାଷଷ୍ଠୀରେ ମହା କାତ୍ୟାୟନୀ ବେଶ,ମହାଅଷ୍ଟମୀରେ ମହିଷାମର୍ଦନୀ ବେଶ,ମହାନବମୀରେ ମହାଲକ୍ଷ୍ମୀ ବେଶ ଓ ଦଶହରାରେ ବିଜୟା ଦଶମୀ ବେଶରେ ମାଅା ଭଙ୍କକୁ ଦର୍ଶନ ଦେଇଥାନ୍ତି ।

ପୁରୀ ଜିଲ୍ଲାର କାକଟପୁର ପ୍ରାଚୀ ନଦୀ ତଟରେ ବିଜେ ମାଅା ମଙ୍ଗଳ । ମାଅାଙ୍କ ପରିଚୟ ସହ ଯୋଡ଼ି ରହିଛି ମହାପଭୁ ଶ୍ରୀ ଜଗନ୍ନାଥଙ୍କ ନୀତିସେବା । ମହାପ୍ରଭୁଙ୍କ ନବକଳେବର ଦାରୁସନ୍ଧାନ ମାଅାଙ୍କ ନିର୍ଦ୍ଦେଶରେ ହିଁ ହୋଇଥାଏ । କିମ୍ୱଦନ୍ତି କହୁଛି, ମାଅା ମଙ୍ଗଳା ହେଉଛନ୍ତି,ଲଙ୍କେଶ୍ୱର ରାବଣଙ୍କ ଇଷ୍ଟଦେବୀ । ଜଣେ ଓଡିଅା ସାଧବ ପୁଅ ମାଅାଙ୍କୁ ସିଂହଳରୁ ବୋଇତରେ ଅାଣୁଥିଲେ । ପା୍ରଚୀ ନଦୀରେ ବୋଇତ ସହ ମାଅା ବୁଡିଗଲେ । ସ୍ୱପ୍ନାଦେଶ କ୍ରମେ ମାଅାଙ୍କ ବିଗ୍ରହକୁ ନଦୀରୁ ଉଦ୍ଧାର କରାଯାଇ କାକଟପୁର ନିକଟସ୍ଥ ମଙ୍ଗଳପୁରରେ ଅଧିଷ୍ଠିତ କରାଯାଇଥିଲା ।

କାକଟପୁର ନିକଟ ଭୋଦର ପ୍ରଗଣା ଜମିଦାରଙ୍କ ପୁତ୍ର ନଥିଲେ । ମାଅାଙ୍କ ଶରଣ ଯିବାରୁ ଜମିଦାରଙ୍କ ପୁତ୍ର ସନ୍ତାନ ଲାଭ ହେଲା । ଏହାପରେ ମାଅାଙ୍କୁ କାକଟପୁର ପ୍ରାଚୀ ନଦୀ ତଟରେ ନିର୍ମିତ ମନ୍ଦିରକୁ ସ୍ଥାନାନ୍ତର କରାଗଲା ।

ଲୋକଶୃତି କହୁଛି. ମାଅାଙ୍କ ଆବିର୍ଭାବ ଦିବସ ହେଉଛି ବୈଶାଖ ମାସ ଦ୍ୱିତୀୟ ମଙ୍ଗଳବାର । କେହି କେହି ମାଅାଙ୍କୁ ଶ୍ରୀ ଜଗନ୍ନାଥଙ୍କ ମାଅା ବୋଲି ମଧ୍ୟ କହିଥାନ୍ତି । ସେମାନଙ୍କ ମତରେ ମାଅା ମଙ୍ଗଳା ଶ୍ରୀ ମନ୍ଦିରକୁ ପ୍ରତିଦିନ ଯାଇଥାନ୍ତି । ସେଠୁ ଫେରି ନିଜ ମନ୍ଦିର ବାହାର ବେଢ଼ା ଚକଡ଼ାରେ କିଛି ସମୟ ବସି ଥକା ମେଣ୍ଟାନ୍ତି । ଏବେ ବି ମନ୍ଦିର ବେଢ଼ାରେ ଏହି ନିର୍ଦିଷ୍ଟ ଚକଡା ରହିଛି । ବର୍ଷସାରା ପ୍ରତି ଏକାଦଶୀରେ ମାଅାଙ୍କ ମନ୍ଦିରକୁ ଶ୍ରୀ ମନ୍ଦିରରୁ ମହାପ୍ରସାଦ ଅାସିଥାଏ । ସାଢେ଼ ଛଅ ଫୁଟ ଉଚ୍ଚ ଓ ସାଢେ଼ ଚାରି ଫୁଟ ପ୍ରସ୍ଥର କଳାମୁଗୁନି ପଥରରେ ମାଅାଙ୍କ ବିଗ୍ରହ ନିର୍ମିତ ।

Leave A Reply

Your email address will not be published.