ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

କେମିତି ହୋଇଥିଲା କୃଷକଙ୍କ ମୃତ୍ୟୁ?

0

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ରବିବାର ହୋଇଥିବା ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ ଜଣ କୃଷକ ଥିବା ବେଳେ କିଭଳି ନିର୍ମମ ଭାବେ ଚାଷୀଙ୍କ ଉପରେ ଗାଡି ଚଢାଇ ହତ୍ୟା କରଯାଇଛି ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । କୃଷକ ମାନେ ଆନ୍ଦୋଳନ କରି ରାସ୍ତା ଅବରୋଧ କରିଥିବାରୁ ତାଙ୍କ ଉପରେ ଏସୟୁଭି ଗାଡି ମଡ଼ାଇ ହତ୍ୟା କରାଯାଇଥିବା ଭାଇରାଲ ହୋଇଥିବା ଭିଡିଓରୁ ଜଣାପଡିୁଛି । ସେପଟେ ମୃତ କୃଷକଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମାନାକୁ ଆସିଛି । ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, କେତେକଙ୍କୁ ବାଡିରେ ପିଟିବାରୁ ମୃତ୍ୟୁ ହୋଇଥିବା ବେଳେ ଆଉ କେତେକଙ୍କ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଛି । ତ ଆଉ କାହାର ମୁଣ୍ଡର ଗଭୀର ଆଘାତ ଲାଗିଛି ।

ପୋଷ୍ଟମର୍ଟମ ରିପୋର୍ଟରେ କଣ ରହିଛି ମୃତ୍ୟୁର କାରଣ..

  • ୧.ଲଭପ୍ରିତ ସିଂ(କୃଷକ): ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଶରୀରରେ ଆଘାତ ଲାଗିଛି । ଶକ୍ ଓ ଅଧିକ ରକ୍ତସ୍ରାବ କାରଣରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଲେଖାଯାଇଛିା
  • ୨. ଗୁରୁବିନ୍ଦର ସିଂ(କୃଷକ): ଗୁରୁବିନ୍ଦରଙ୍କ ଶରୀରରେ ଦୁଇଟି କ୍ଷତ ଓ ଘୋଷାଡି ହେବା ଚିହ୍ନ ମିଳିଛି । ଏକ ତୀକ୍ଷ୍ମ ବସ୍ତୁ ଦ୍ୱାରା ତାଙ୍କୁ ଆଘାତ ମିଳିଛି । ତାଙ୍କର ବି ଅଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ରହିଛି ।
  • ୩. ଦଲଜୀତ ସିଂ(କୃଷକ) : ଶରୀରର ଅନେକ ସ୍ଥାନରେ ଘୋଷାଡିହେବାର ଚିହ୍ନ ରହିଛି । ଯାହାର ମୃତ୍ୟୁର କାରଣ ।
  • ୪.ଛତ୍ର ସିଂ(କୃଷକ): ଛତ୍ର ସିଂଙ୍କ ଅଧିକ ରକ୍ତସ୍ରାବ ହୋଇଥିଲା । ମୃତ୍ୟୁ ପୂର୍ବରୁ ସେ ଶକ ହୋଇ କୋମାକୁ ପଳାଇଥିଲେ । ବ୍ରେନ ହମରେଜ ହୋଇଥିଲା ।
  • ୫. ଶୁଭମ ମିଶ୍ରା(ବିଜେପି ନେତା): ଲାଠି ଓ ବାଡିରେ ପିଟାଯାଇଛି । ଶରୀରର ୧୨ରୁ ଅଧିକ କ୍ଷତ ଚିହ୍ନ ରହିଛି ।
  • ୬. ହରିଓମ ମିଶ୍ରା( ଅଜୟ ମିଶ୍ରଙ୍କ ଡ୍ରାଇଭର): ବାଡିରେ ପିଟିଯାଇଛି । ଶରୀରର ଅନେକ ସ୍ଥାନରେ ଚିହ୍ନ ରହିଛି । ମୃତ୍ୟୁ ପୂର୍ବରୁ ଶକ ଓ ରକ୍ତସ୍ରାବ ।
  • ୭. ଶ୍ୟାମ ସୁନ୍ଦର(ବିଜେପି କର୍ମୀ): ବାଡିରେ ପିଟାଯାଇଛି । ଶରୀରରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଛି ।
  • ୮. ରମଣ କାଶ୍ୟପ(ସ୍ଥାନୀୟ ସାମ୍ବାଦିକ): ଶରୀରରେ ଗୁରୁତର ମାଡ ଯୋଗୁଁ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି ।

ଲକ୍ଷ୍ମୀପୁର ହିଂସାକାଣ୍ଡ ସାରା ଦେଶରେ ଏବେ ଚର୍ଚ୍ଛାର ବିଷୟ ପାଲଟିଛି । ରାଜନୀତି ପାଣିପାଗ ସରଗରମ ରହିଛି । ଏହାରି ଭିତରେ ମୃତ ଚାରିଜଣ କୃଷକଙ୍କ କଡା ସୁରକ୍ଷା ବଳୟ ଭିତରେ ଅନ୍ତିମ ସଂସ୍କାର କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟରେ କାହାରିକୁ ଗୁଳି ମାଡ କରି ହତ୍ୟା କରାଯାଇଥିବା ଉଲ୍ଲେଖ ନାହିଁ । ଲକ୍ଷ୍ମୀପୁରରରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କର ପୁଅ ଆଶିଷ ମିଶ୍ର କୃଷକଙ୍କ ଉପରେ ଗାଡି ଚଢାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଆଶିଷଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ଆଶିଷ କହିଛନ୍ତି ଯେ, ବିକ୍ଷୋଭକାରୀ ମାନେ ଭାଜପା ସମର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ତାଙ୍କ ଗାଡ଼ି ଚାଳକଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.