ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

କେମିତି ହୋଇଥିଲା କୃଷକଙ୍କ ମୃତ୍ୟୁ?

0

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ରବିବାର ହୋଇଥିବା ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ ଜଣ କୃଷକ ଥିବା ବେଳେ କିଭଳି ନିର୍ମମ ଭାବେ ଚାଷୀଙ୍କ ଉପରେ ଗାଡି ଚଢାଇ ହତ୍ୟା କରଯାଇଛି ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । କୃଷକ ମାନେ ଆନ୍ଦୋଳନ କରି ରାସ୍ତା ଅବରୋଧ କରିଥିବାରୁ ତାଙ୍କ ଉପରେ ଏସୟୁଭି ଗାଡି ମଡ଼ାଇ ହତ୍ୟା କରାଯାଇଥିବା ଭାଇରାଲ ହୋଇଥିବା ଭିଡିଓରୁ ଜଣାପଡିୁଛି । ସେପଟେ ମୃତ କୃଷକଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମାନାକୁ ଆସିଛି । ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, କେତେକଙ୍କୁ ବାଡିରେ ପିଟିବାରୁ ମୃତ୍ୟୁ ହୋଇଥିବା ବେଳେ ଆଉ କେତେକଙ୍କ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଛି । ତ ଆଉ କାହାର ମୁଣ୍ଡର ଗଭୀର ଆଘାତ ଲାଗିଛି ।

ପୋଷ୍ଟମର୍ଟମ ରିପୋର୍ଟରେ କଣ ରହିଛି ମୃତ୍ୟୁର କାରଣ..

  • ୧.ଲଭପ୍ରିତ ସିଂ(କୃଷକ): ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଶରୀରରେ ଆଘାତ ଲାଗିଛି । ଶକ୍ ଓ ଅଧିକ ରକ୍ତସ୍ରାବ କାରଣରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଲେଖାଯାଇଛିା
  • ୨. ଗୁରୁବିନ୍ଦର ସିଂ(କୃଷକ): ଗୁରୁବିନ୍ଦରଙ୍କ ଶରୀରରେ ଦୁଇଟି କ୍ଷତ ଓ ଘୋଷାଡି ହେବା ଚିହ୍ନ ମିଳିଛି । ଏକ ତୀକ୍ଷ୍ମ ବସ୍ତୁ ଦ୍ୱାରା ତାଙ୍କୁ ଆଘାତ ମିଳିଛି । ତାଙ୍କର ବି ଅଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ରହିଛି ।
  • ୩. ଦଲଜୀତ ସିଂ(କୃଷକ) : ଶରୀରର ଅନେକ ସ୍ଥାନରେ ଘୋଷାଡିହେବାର ଚିହ୍ନ ରହିଛି । ଯାହାର ମୃତ୍ୟୁର କାରଣ ।
  • ୪.ଛତ୍ର ସିଂ(କୃଷକ): ଛତ୍ର ସିଂଙ୍କ ଅଧିକ ରକ୍ତସ୍ରାବ ହୋଇଥିଲା । ମୃତ୍ୟୁ ପୂର୍ବରୁ ସେ ଶକ ହୋଇ କୋମାକୁ ପଳାଇଥିଲେ । ବ୍ରେନ ହମରେଜ ହୋଇଥିଲା ।
  • ୫. ଶୁଭମ ମିଶ୍ରା(ବିଜେପି ନେତା): ଲାଠି ଓ ବାଡିରେ ପିଟାଯାଇଛି । ଶରୀରର ୧୨ରୁ ଅଧିକ କ୍ଷତ ଚିହ୍ନ ରହିଛି ।
  • ୬. ହରିଓମ ମିଶ୍ରା( ଅଜୟ ମିଶ୍ରଙ୍କ ଡ୍ରାଇଭର): ବାଡିରେ ପିଟିଯାଇଛି । ଶରୀରର ଅନେକ ସ୍ଥାନରେ ଚିହ୍ନ ରହିଛି । ମୃତ୍ୟୁ ପୂର୍ବରୁ ଶକ ଓ ରକ୍ତସ୍ରାବ ।
  • ୭. ଶ୍ୟାମ ସୁନ୍ଦର(ବିଜେପି କର୍ମୀ): ବାଡିରେ ପିଟାଯାଇଛି । ଶରୀରରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଛି ।
  • ୮. ରମଣ କାଶ୍ୟପ(ସ୍ଥାନୀୟ ସାମ୍ବାଦିକ): ଶରୀରରେ ଗୁରୁତର ମାଡ ଯୋଗୁଁ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି ।

ଲକ୍ଷ୍ମୀପୁର ହିଂସାକାଣ୍ଡ ସାରା ଦେଶରେ ଏବେ ଚର୍ଚ୍ଛାର ବିଷୟ ପାଲଟିଛି । ରାଜନୀତି ପାଣିପାଗ ସରଗରମ ରହିଛି । ଏହାରି ଭିତରେ ମୃତ ଚାରିଜଣ କୃଷକଙ୍କ କଡା ସୁରକ୍ଷା ବଳୟ ଭିତରେ ଅନ୍ତିମ ସଂସ୍କାର କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟରେ କାହାରିକୁ ଗୁଳି ମାଡ କରି ହତ୍ୟା କରାଯାଇଥିବା ଉଲ୍ଲେଖ ନାହିଁ । ଲକ୍ଷ୍ମୀପୁରରରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କର ପୁଅ ଆଶିଷ ମିଶ୍ର କୃଷକଙ୍କ ଉପରେ ଗାଡି ଚଢାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଆଶିଷଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ଆଶିଷ କହିଛନ୍ତି ଯେ, ବିକ୍ଷୋଭକାରୀ ମାନେ ଭାଜପା ସମର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ତାଙ୍କ ଗାଡ଼ି ଚାଳକଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.