ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଫେସବୁକ ଡାଉନ ଯୋଗୁଁ ଜୁକରବର୍ଗଙ୍କୁ ହେଲା ବଡ଼ କ୍ଷତି

0

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ,ଇନଷ୍ଟା,ହ୍ୱାଟସଆପ ପୁଣି କାମ କରିବା ଆରମ୍ଭ କରିଛି । ୬ ଘଣ୍ଟା ଧରି ସର୍ଭର ଡାଉନ ପରେ ଏବେ ସବୁ ସେବା ସ୍ୱାଭାବିକ ହୋଇଛି । ମେସେଞ୍ଜର ଆପ କେବଳ ଭାରତ ନୁହେଁ, ପୁରା ବିଶ୍ୱରେ କିଛି ଘଣ୍ଟା ପାଇଁ କାମ କରିନଥିଲା । ଯାହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ଫେସବୁକ ସର୍ଭର ଡାଉନ ହେବାରୁ ଫେସବୁକ ସିଇଓ ଜୁକରବର୍ଗଙ୍କୁ ବଡ଼ କ୍ଷତି ସହିବାକୁ ପଡିଛି । ପାଖାପାଖି ୫୨ ହଜାର କୋଟିର କ୍ଷତି ସହିଛନ୍ତି । ଏବଂ ଧନୀ ତାଲିକାରେ ତଳକୁ ଖସିଛନ୍ତି ଜୁକରବର୍ଗ ।

ଫେସବୁକ ସହିତ, ଇନଷ୍ଟା, ହ୍ୱାଟସଆପ, ଆମେରିକା ଟେଲିକମ କମ୍ପାନୀ ଭରିଜନ,ଏଟି ଆଣ୍ଡ ଟି ଓ ଟି ମୋବାଇଲ ସର୍ଭିସ ମଧ୍ୟ କିଛି ଘଣ୍ଟା ପାଇଁ ଠପ ହୋଇଯାଇଥିଲା । ଏହାକୁ ଦେଖି ଆମେରିକା ସେୟାର ବଜାରରେ ଫେସବୁକ ସେୟାର ବିକ୍ରି ଆରମ୍ଭ ହୋଇଯାଇଥିଲା । ଓ ଗୋଟିଏ ଦିନରେ ହିଁ ଏହାର ମୂଲ୍ୟ ୦ ପ୍ରତିଶତକୁ ଖସିଆସିଥିଲା । ସେପ୍ଟେମ୍ବର ମଧ୍ୟଭାଗରୁ ଷ୍ଟକ ୧୫ ପ୍ରତିଶତ ହ୍ରାସ ପାଇଛି ।

ଫେସବୁକ ସିଇଓ ଜୁକରବର୍ଗ ସର୍ଭର ଡାଉନ ପାଇଁ ହୋଇଥିବା ଅସୁବିଧା ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି । କହିଛନ୍ତି, ଫେସବୁକ,ଇନଷ୍ଟା,ହ୍ୱାଟସଆପ ପୁଣି ଅନଲାଇନକୁ ଫେରିଛନ୍ତି । କିଛି ଘଣ୍ଟା ପାଇଁ ସେବା ବାଧାପ୍ରାପ୍ତ ହୋଇଥିବାରୁ ସେ ଦୁଃଖିତ । ଫେସବୁକ ମଧ୍ୟ ଏକ ବିବୃତ୍ତି ଜାରି କରିଛି, ଯେଉଁଥିରେ କୁହାଯାଇଛି,ଆମ ଉପରେ ନିର୍ଭର କରୁଥିବା ବିଶ୍ୱର ସମସ୍ତ ଲୋକ ସର୍ଭର ଡାଉନ ପାଇଁ ଅସୁବିଧା ଭୋଗ କରୁଥିବାରୁ ଆମେ ଦୁଃଖିତ । ଓ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛୁ ।

ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ସୋସିଆଲ ମିଡିଆ ସର୍ଭର ଡାଉନ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଫେସବୁକ,ଇନଷ୍ଟା,ହ୍ୱାଟସଆପ, ମେସେଞ୍ଜର କିଛି ବି କାମ କରିନଥିଲା । ସୋସିଆଲ ମିଡିଆରେ ନା କିଛି ପୋଷ୍ଟ ହେଉଥିଲା ନା ମେସେଜ ପଠାଇହେଉଥିଲା । କିଛି ଟେକନିକାଲ ସମସ୍ୟା ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ବେଳେ ୟୁଜର୍ସଙ୍କ ଚିନ୍ତା ବଢିଯାଇଥିଲା । ପ୍ରଥମେ ୟୁଜର୍ସ ଏହାକୁ ମୋବାଇଲ ନେଟୱର୍କ ସମସ୍ୟା ଭାବୁଥିଲେ ତ କେହି ମୋବାଇଲରେ କଣ ସମସ୍ୟା ଥିବା ଭାବିଥିଲେ । ହେଲେ ପରେ ସର୍ଭର ଡାଉନ ନେଇ ଫେସବୁକ ମାଧ୍ୟମରେ ଏନେଇ ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.