ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ପାନ ମସଲା ବ୍ରାଣ୍ଡ ବିଜ୍ଞାପନ ଛାଡିଲେ ଅମିତାଭ

0

ମୁମ୍ବାଇ: ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ପାନ ମସଲା ବ୍ରାଣ୍ଡ ବିଜ୍ଞାପନରୁ ନିଜ ନାଁ ହଟେଇ ଦେଇଛନ୍ତି। ଗତ କିଛି ପାନ ମସଲା ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହୋଇଥିଲେ ବିଗ ବି। ବିଜ୍ଞାପନରୁ ନାଁ ପ୍ରତ୍ୟାହାର ପରେ ବିଗ ବି କହିଛନ୍ତି, ସେ ଚାହାନ୍ତି ନାହିଁ ଆଗାମୀ ଯୁବପିଢିଙ୍କୁ ପାନପସଲା ଖାଇବା ପାଇଁ ଏହା ଉତ୍ସାହିତ କରୁ।

ଅମିତାଭ ବଚ୍ଚନ କମଲା ପସନ୍ଦର ବିଜ୍ଞାପନ କରିଥିଲେ; ଯାହାକୁ ନେଇ ବହୁତ ଲୋକ ଆପତ୍ତି ଉଠାଇଥିଲେ। ଲୋକମାନଙ୍କ ବିଶ୍ୱାସ ଥିଲା, ଦେଶର ବରିଷ୍ଠ ବ୍ୟକ୍ତିତ୍ୱ ହୋଇ ଅମିତାଭ ବଚ୍ଚନ ଏଭଳି ବିଜ୍ଞାପନ କରିବା ଉଚିତ ନୁହେଁ। ଜାତୀୟ ତମାଖୁ ବିରୋଧୀ ସଂଗଠନ ମଧ୍ୟ ଅମିତାଭଙ୍କ ଏହି ବିଜ୍ଞାପନରୁ ତାଙ୍କ ନାମ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ।

କମଲା ପସନ୍ଦ ସଂସ୍ଥା ବ୍ୟାବସାୟିକ ପ୍ରସାର ହେବାର କିଛି ଦିନ ପରେ ଏକ ଚୁକ୍ତି ନାମା ସ୍ୱାକ୍ଷର କରିଥିଲା, ଯାହା ଅମିତାଭ ବଚ୍ଚନ ଗତ ସପ୍ତାହରେ ଶେଷ କରିଦେଇଛନ୍ତି। ଯେବେ ଏହି ବିଜ୍ଞାପନ କରିବାକୁ ଅମିତାଭ ନିଷ୍ପତ୍ତି ନେଇଥିଲେ ସେତେବେଳେ ତାଙ୍କୁ ଜଣାନଥିଲା ଯେ ଏହା ସରୋଗେଟ୍ ବିଜ୍ଞାପନ ବର୍ଗରେ ଆସୁଛି। ପରେ ଜାଣିବା ପରେ ବିଜ୍ଞାପନରୁ ଅମିତାଭ ନାମ ପ୍ରତ୍ୟାହାର କରିବା ସହ ବ୍ରାଣ୍ଡର ପ୍ରୋମୋସନ ପାଇଁ ନେଇଥିବା ସମସ୍ତ ଟଙ୍କା ମଧ୍ୟ ଫେରସ୍ତ କରିଛନ୍ତି।

ଅମିତାଭଙ୍କ ଏହି ବିଜ୍ଞାପନକୁ କିଛି ଫ୍ୟାନ ପସନ୍ଦ କରିନଥିଲେ। ଜଣେ ପ୍ରଶଂସକ ଏନେଇ ପ୍ରଶ୍ନ କରିଥିବା ବେଳେ ଅମିତାଭ କହିଥିଲେ ଯେ ଆମକୁ ଏହା ଭାବିବା ଉଚିତ ନୁହେଁ ଯେ, ଆମେ କାହିଁକି ଏପରି କରୁଛେ? ଆମରି ଯେପରି ଇଣ୍ଡଷ୍ଟ୍ରି ଅଛି ତାଙ୍କର ବି ଇଣ୍ଡଷ୍ଟ୍ରି ଅଛି।

Leave A Reply

Your email address will not be published.