ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ମାଆ ଚର୍ଚ୍ଚିକାଙ୍କ ସଂପର୍କରେ ଜାଣନ୍ତୁ, ଏମିତି କିଛି କଥା

0

ଭୁବନେଶ୍ୱର: ଓଡ଼ିଶାର ଦେବୀ ପୀଠ ମଧ୍ୟରେ ମାଆ ଚର୍ଚ୍ଚିକାଙ୍କ ପୀଠର ମହିମା କିଛି ନିଆରା। କଟକ ଠାରୁ ୫୦ କି.ମି ଓ ଭୁବନେଶ୍ୱର ଠାରୁ ୬୦ କି.ମି ଦୂରରେ ମହାନଦୀ ତଟବର୍ତ୍ତୀ ରୁଚିକା ପାହାଡ଼ ଉପରେ ମାଆଙ୍କ ପୀଠ ଅବସ୍ଥିତ। ପୈାରାଣିକ ତଥ୍ୟ ଅନୁଯାୟୀ, ମାଆ ଚର୍ଚ୍ଚିକା ହେଉଛନ୍ତି ମାଆ ଦୁର୍ଗାଙ୍କର ମାନସ କନ୍ୟା। ଯୁଦ୍ଧରେ ମହିଷାସୁର ପ୍ରେରିତ ରକ୍ତବୀର୍ଯ୍ୟ ଏବଂ ରଣାସୁରକୁ ନିଧନ କରିବାରେ ଦେବୀ ବିଫଳ ହେବାରୁ ରକ୍ତବୀର୍ଯ୍ୟର ପ୍ରତିଟି ରକ୍ତବିନ୍ଦୁ ଭୂ-ପୃଷ୍ଠରେ ପତିତ ହେଲା। ସେଥିରୁ  ଅନୁରୂପ ରକ୍ତବୀର୍ଯ୍ୟ  ସୃଷ୍ଟି ହେଲେ। ଏଥିରେ ଦେବୀ ଦୁର୍ଗା କ୍ରୋଧାନ୍ୱିତ ହୋଇ ନିଜର କାପାଳାଗ୍ନି ପଜ୍ଜ୍ୱଳନ କରି ତନ୍ମଧ୍ୟରୁ କାଳ ସ୍ୱରୂପିଣୀ କାଳୀମୁଖୀ ଏକ ଦିବ୍ୟଶକ୍ତୀକୁ ମନସା କଲେ। ସେହି ଦିବ୍ୟଶକ୍ତିକୁ ଚାମୁଣ୍ଡା କୁହାଗଲା। ସେହି ଚାମୁଣ୍ଡା ଅସୁର ମାନଙ୍କୁ ନିପାତ କରିଥିଲେ। ଦେବତା ମାନଙ୍କ ଦ୍ୱାରା ଅର୍ପିତ ଏବଂ ଚର୍ଚ୍ଚିତ ହେବାରୁ ସେହି ଚାମୁଣ୍ଡାଙ୍କ ନାମ ଚର୍ଚ୍ଚିକା ବୋଲି ଦେବୀ ପୁରାଣରେ କୁହାଯାଇଛି।

ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ମୂଳାଷ୍ଟମୀ ଠାରୁ ଷୋଡଶ ଉପଚାରରେ ଦେବୀଙ୍କ ପୂଜାର ଶୁଭାରମ୍ଭ ହୁଏ। ପୂଜାର ପ୍ରଥମ ପର୍ବରେ ଦେବୀଙ୍କ ଗମ୍ଭୀରା ସମ୍ମୁଖ ମଣ୍ଡପରେ ନବଶକ୍ତି କଳସ ସ୍ଥାପନା ସହ ସଂକଳ୍ପ ଓ ନେତ ବନ୍ଧା ଉତ୍ସବ ଅନୁଷ୍ଠିତ ହୁଏ। ଷୋଳପୂଜା ଅବସରରେ ମାଆଙ୍କ ଦ୍ୱି-ପହର ଧୂପରେ ପ୍ରତ୍ୟହ ଆମିଷ ଭୋଗ କରାଯିବାର ବିଧି ରହିଛି। ମାଆଙ୍କ ପୀଠରେ ବର୍ଷର ବୈଶାଖ, କାର୍ତ୍ତିକ ଏବଂ ମାଘ ମାସ ତଥା ବର୍ଷର ଅନ୍ୟାନ୍ୟ ମାସରେ ଗୁରୁବାର ବ୍ୟତୀତ ଅନ୍ୟ ସମସ୍ତ ଦିନ ଆମିଷ ଭୋଗ ହୋଇଥାଏ।

ଏହି ପୀଠର ଅନ୍ୟତମ ବୈଶିଷ୍ଟ୍ୟ ହେଲା,ଠାକୁରାଣୀଙ୍କ ଗମ୍ଭୀରା ଭିତରକୁ ସେବକଙ୍କ ବ୍ୟତୀତ  ଅନ୍ୟ କାହାର ପ୍ରବେଶ ଅଧିକାର ନାହିଁ। ପୁରୀ ଗଜପତି ମହାରାଜା ଓ ବାଙ୍କୀ ରାଜାଙ୍କ ପାଇଁ ଏହି ନିୟମ ଲାଗୁ ହୁଏ ନାହିଁ।

Leave A Reply

Your email address will not be published.