ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଛିଃ…ଏଡ୍‍ସ ଆକ୍ରାନ୍ତ ନାବାଳିକାକୁ ବି

0

ଭୁବନେଶ୍ୱର: ପାପାଚାର ଏତେ ବଢିଯାଇଛି ଯେ ଜଣେ ଏଡ୍‍ସ ଆକ୍ରାନ୍ତ ନାବାଳିକା ବି କାମାନ୍ଧଙ୍କ କବଳରୁ ମୁକ୍ତି ପାଇପାରିଲା ନାହିଁ । ଏଥସହିକ ଆମ ବ୍ୟବସ୍ଥାରେ ଥିବା ଦୁର୍ବଳପଣର ଆଉ ଏକ କଦର୍ଯ୍ୟ ଚେହେରା ସାମ୍ନାକୁ ଆସିଛି । ବଲାଙ୍ଗୀର ଜିଲ୍ଲାର ଜଣେ ୧୩ ବର୍ଷିୟା ନାବାଳିକା ସହିତ ଘଟିଥିବା ଅଭାବନୀୟ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କଲାଭଳି । ଆଜି ବିଧାନସଭାରେ ଏ ସଂକ୍ରାନ୍ତରେ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ବି ।

ଶ୍ରୀ ସାଲୁଜା କହିଥିଲେ, ସଂପୃକ୍ତ ଏଡ୍‍ସ ଆକ୍ରାନ୍ତ ଯୁବତୀଙ୍କୁ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା । ପରେ ତାକୁ ପ୍ରଶାସନ ଉଦ୍ଧାର କରି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର ଗୋଟିଏ ଆଶ୍ରୟସ୍ଥଳରେ ରଖିଥିଲେ । ମାତ୍ର ରକ୍ଷକ ସେଠାରେ ଭକ୍ଷକ ସାଜିଲା । ଏହି ଏଡସ ଆକ୍ରାନ୍ତ ନାବାଳିକା ସମେତ ଅନ୍ୟ ଦୁଇଜଣଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏହି ଘଟଣାରେ ସେମାନେ ଯେତେ କାକୁତି ବିନତି ହୋଇଥିଲେ ବି କେହି ସେମାନଙ୍କ କଥା ଶୁଣିନଥିଲେ । ପରେ ସଂପୃକ୍ତ ନାବାଳିକା ତା ମାଆକୁ ଏକଥା କହିଥିଲା । ହେଲେ ଭବାନୀ ପାଟଣା ପୁଲିସ ଏତେ ନିର୍ଦୟ ଯେ ଅଭିଯୁକ୍ତ ସାମ୍ନାରେ ପୀଡିତାର ୧୬୧ ଷ୍ଟେଟମେଣ୍ଟ ନେବାକୁ ବାଧ୍ୟ କରିଥିଲା ବୋଲି ଶ୍ରୀ ସାଲୁଜା ଅଭିଯୋଗ କରିଛନ୍ତି ।

ରାଜ୍ୟରେ ନାବାଳିକା ନିଖୋଜ ହୋଇଯିବା, ଅନୁଗୁଳରେ ଯୁବତୀକୁ ଦୁଷ୍କର୍ମ ହେବା ଓ ଭବାନୀପାଟଣାର ଏହି ଘଟଣାକୁ ନେଇ ବିଧାନସଭାରେ କମ୍ପନ ସୃଷ୍ଟି ହୋଇଥିଲା । ଉଭୟ ବିଜେପି-କଂଗ୍ରେସ ସଭ୍ୟ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ଏ ପ୍ରସଙ୍ଗରେ ଆଲୋଚନା ଦାବିରେ ଗୃହରେ ଝଡ ସୃଷ୍ଟି କରିଥିଲେ । ସରକାର ଏହି ଘଟଣାରେ ବିବୃତି ରଖିବେ ବୋଲି ବାଚସ୍ପତି ରୁଲିଂ ଦେଇଥିଲେ ହେଁ, ଏହାର କୌଣସି ପ୍ରଭାବ ପଡିନଥିଲା ।

Leave A Reply

Your email address will not be published.