ପ୍ରମୁଖ ଖବର

ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ସମୀର ସାହୁ
ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ
ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ
ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ
ଲ୍ୟାଣ୍ଡମାଇନ ନ ବିସ୍ଫୋରଣରେ ଜଣେ ଯବାନ ସହିଦ, ୩ ଗୁରୁତର
ପୁଣି ଦିଲ୍ଲୀର ତିନୋଟି ସ୍କୁଲକୁ ବୋମା ଧମକ
ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ମନୋଜ ବିଶ୍ୱାଳ

ଫେସବୁକ,ଇନଷ୍ଟାଗ୍ରାମ ହଟାଇ କମାଇଲେ ଓଜନ!

0

ଲଣ୍ଡନରେ ରହୁଥିବା ୩୩ ବର୍ଷୀୟା ମହିଳା ବ୍ରେଣ୍ଡା ଫିନ ଦାବି କରିଛନ୍ତି ଯେ, ସୋସିଆଲ ମିଡିଆରୁ ଦୂରରେ ରହି ସେ ନିଜର ଓଜନ ହ୍ରାସ କରିଛନ୍ତି । ବ୍ରେଣ୍ଡା ଗୋଟିଏ ବର୍ଷରେ ୩୦ କିଲୋ ଓଜନ କମ କରିଥିବା କହିଛନ୍ତି । ଆଉ ଓଜନ କମ କରିବାର ଯାତ୍ରା ନେଇ ସେ ଅନ୍ୟମାନଙ୍କ ସହ ସେୟାର କରିଛନ୍ତି । ‘ଡେଲି ଷ୍ଟାର’ ଅନୁସାରେ ବ୍ରେଣ୍ଡା ଫିନଙ୍କୁ ଦିନସାରା କିଛି ନା କିଛି ଖାଇବାର ଅଭ୍ୟାସ ଥିଲା । ୨୦୧୬ରୁ ୨୦୧୯ ଭିତରେ ଅଧିକ ଖାଇବା ଯୋଗୁଁ ତାଙ୍କ ଓଜନ ବୃଦ୍ଧି ଘଟିଥିଲା । ଗୋଟେ ସମୟରେ ବ୍ରେଣ୍ଡାଙ୍କ ଓଜନ ୯୫ କେଜିରେ ପହଞ୍ଚିଯାଇଥିଲା । ଯାହା ପାଇଁ ତାଙ୍କୁ ଅନେକ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିଥିଲା ।

ବ୍ରେଣ୍ଡାଙ୍କ କହିବା ଅନୁସାରେ, ତାଙ୍କ ଓଜନ ବୃଦ୍ଧି ପାଇଁ ସୋସିଆଲ ମିଡିଆ ବି ଦାୟୀ। ଅନଲାଇନରେ ସୁସ୍ଥ ରହିବାକୁ ଅନେକ ଟିପ୍ସ ଦେଇଥାନ୍ତି ,ଯାହାକୁ ନେଇ ସେ ଅଧିକ ଚିନ୍ତିତ ହୋଇଯାଇଥିଲେ । ଏସବୁରୁ ବିରକ୍ତ ହୋଇ ବ୍ରେଣ୍ଡା ନିଜର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲେଟ କରିଦେଇଥିଲେ । ମହିଳା ଜଣକ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲେଟ କରି ସୋସିଆଲ ମିଡିଆରୁ ଦୂରରେ ରହୁଥିଲେ । ବ୍ରେଣ୍ଡା ଫିନ ନିଜର ଓଜନ ହ୍ରାସ ନେଇ ଉଲ୍ଲେଖ କରିଛନ୍ତି । ସେ ଦାବି କରିଛନ୍ତି ,ହଠାତ ତାଙ୍କ ଓଜନ କମ ହେବାର ଲାଗିଲା ।

ବ୍ରେଣ୍ଡାଙ୍କ ଅନୁସାରେ, ଯଦି ସେ ସୋସିଆଲ ମିଡିଆରୁ ଦୂରରେ ରହିନଥାନ୍ତେ, ତାହା ହେଲେ ଓଜନ କମ କରିବା ସମ୍ଭବ ହୋଇନଥାନ୍ତା । ସେ କିଛି ସମୟ ନିଜେ ରୋଷଇ କରିବା ସ୍ୱାସ୍ଥ୍ୟକର ଖାଦ୍ୟ ବନାଉଥିଲେ । ସେ ଜଙ୍କ ଫୁଡ଼୍‌ରୁ ମଧ୍ୟ ନିଜକୁ ଦୂରେଇ ରଖିଥିଲେ । ଏହି ସବୁ କରିବା ପରେ ସେ ବର୍ଷକରେ ୩୧ କିଲୋ ଓଜନ କରିଥିଲେ । ଓଜନ କମ କରିବା ପରେ ସେ ପୂର୍ବର ଓ ପରର ଫଟୋ ସେୟାର କରିଛନ୍ତି ।

Leave A Reply

Your email address will not be published.