ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ବଦଳିଲା ଫେସବୁକର ନାଁ

0

ବଦଳିଲା ଫେସବୁକର ନାଁ । ଏବେ ‘ମେଟା’ ହେଲା ଫେସବୁକର ମୂଳ କମ୍ପାନୀର ନାଁ । ମେଟା ନାଁରେ ସୋସିଆଲ ମିଡିଆରେ ପରିଚିତ ହେବ ଫେସବୁକ । ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏନେଇ ଘୋଷଣା କରିଛନ୍ତି । ଦୀର୍ଘ ସମୟ ଧରି ଫେସବୁକର ନାଁ ପରବର୍ତ୍ତନକୁ ନେଇ ଚର୍ଚ୍ଚା ହେଉଥିଲା । ଫେସବୁକ ତରଫରୁ ଟୁଇଟରରେ ଲେଖାଯାଇଛି ଯେ, ଫେସବୁକର ନାଁ ବଦଳାଇ ମେଟା ରଖାଯାଇଛି । ମାର୍କ ଜୁକରବର୍ଗ ଅନେକ ଦିନରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ୱିତୀୟ ଥର ବ୍ରାଣ୍ଡିଂ କରିବାକୁ ଚାହୁଁଥିଲେ । ସେ ଏହାକୁ ଏକ ଭିନ୍ନ ପରିଚୟ ଦେବାକୁ ଚାହୁଁଥିଲେ ।

ସେ ଫେସବୁକକୁ କେବଳ ସାମାଜିକ ଗଣମାଧ୍ୟମରେ ସୀମତି ନରହୁ ଚାହୁଁଥିଲେ । କମ୍ପାନୀର ଫୋକସ ରହିଛି ଯେ ମେଟା ‘ମେଟାୱର୍ସ’ ବନାଇବାରେ ସାହାର୍ଯ୍ୟ କରିବ ।ଯାହା ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଉପସ୍ଥାପିତ ହୋଇପାରିବ । ଟ୍ରାନ୍ସଫର ଓ ଯୋଗାଯୋଗ ପାଇଁ ଭିନ୍ନ ଭିନ୍ନ ଟୁଲ୍ସ ମଧ୍ୟ ବ୍ୟବହୃତ ହୋଇପାରିବ । ଫେସବୁକ ତରଫରୁ ୧୫ ସେକେଣ୍ଡର ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ ଦର୍ଶଯାଇଛି, ଫେସବୁକର ନାମ ବର୍ତମାନ ମେଟା ପରିବ ର୍ନ କରାଯାଇଛି । ଭିଡ଼ିଓରେ ମେଟାର ଲୋଗୋ ମଧ୍ୟ ରହିଛି । ୨୦୦୪ରେ ଫେସବୁକରେ ପ୍ରତିଷ୍ଠା ହୋଇଥିବା ବେଳେ ୧୭ ବର୍ଷ ପରେ କମ୍ପାନୀ ନାମ ପରିବର୍ତ୍ତନ କରିଛି ।

ଫେସବୁକ ଟୁଇଟ କରି କହିଛି ଯେ, ଆମେ ସୃଷ୍ଟି କରିଥିବା ଆପ୍ସର ନାମ ଇନଷ୍ଟାଗ୍ରାମ,ମେସେଞ୍ଜର, ଓ ହ୍ୱାଟସ ଆପ ସହ ସମାନ ରହିବ । ଏହି ନୂତନ ବ୍ରାଣ୍ଡ ଅଧିନରେ ବିଭିନ୍ନ ଆପ ଓ ଟେକ୍ନୋଲୋଜି ଅଣାଯିବ । ସୋସିଆଲ ମିଡିଆ ମେଟାଭର୍ସର ନୂତନ ଅଧ୍ୟାୟ ସାମାଜିକ ସଂଯୋଗର ଏକ ନୂତନ ପଥ ହେବ । ଏହା ଏକ ସାମୂହିକ ପ୍ରକଳ୍ପ ଯାହା ବିଶ୍ୱର ବିଭିନ୍ନ ସ୍ଥାନରେ ଲୋକମାନେ ପ୍ରସ୍ତୁତ କରିବେ । ପୂର୍ବରୁ ଫେସବୁକ କହିଥିଲା ଯେ, ଏବେ ସେ ମେଟାଭର୍ସ କମ୍ପାନୀ ହେବାକୁ ଯାଉଛି, ସେଥିପାଇଁ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦେଇଛି ଓ ଭବିଷ୍ୟତରେ ଅନ୍ୟାନ୍ୟ ନିଯୁକ୍ତି ମଧ୍ୟ ହେବ । ମେଟାଭର୍ସ ଏମିତି ଏକ ଭର୍ଚୁଆଲ ଫ୍ଲାଟଫର୍ମ ଯେଉଁଠି ଲୋକ ଶାରୀରିକ ଭାବେ ନରହି ଉପସ୍ଥିତ ଜାହିର କରିହେବ । ଯେଉଁଥିରେ ଆଗାମୀ ପାଞ୍ଚ ବର୍ଷ ପାଇଁ କମ୍ପାନୀ ‘ୟୁରୋପିଆନ ୟୁନିୟନ’ ୧ ଲକ୍ଷ ଚାକିରି ସୃଷ୍ଟି କରିବବୋଲି ଗତ ଜୁଲାଇରେ ମାର୍କ ଜୁକରବର୍ଗ ଜଣାଇଥିଲେ ।

Leave A Reply

Your email address will not be published.