ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ସମବାୟ ସମିତିଙ୍କୁ ଆରବିଆଇ ଝଟକା; ‘ବ୍ୟାଙ୍କ’ ଶବ୍ଦ ବ୍ୟବହାର ମନା

0

ମୁମ୍ବାଇ: ବ୍ୟାଙ୍କ ବା ବ୍ୟାଙ୍କିଙ୍ଗ ଭଳି ଶବ୍ଦକୁ କେହି ମନଇଚ୍ଛା ବ୍ୟବହାର କରିପାରିବେ ନାହିଁ। ବିଶେଷକରି ସମବାୟ ସମିତି ବ୍ୟାଙ୍କ ଶଦ୍ଦ ବ୍ୟବହାର କରି ଟଙ୍କା ଜମା ରଖିବା ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆରବିଆଇ ପାଦେ ଆଗକୁ ଯାଇ ସତର୍କ କରିଛନ୍ତି ଯେ ଏଭଳି ସଂସ୍ଥାମାନଙ୍କରେ ଲୋକମାନେ ନିଜ ନିଜର କଷ୍ଟ ଉପାର୍ଜିତ ଟଙ୍କା ରଖିବା ବିପଜ୍ଜନକ। ଏହି ସଂସ୍ଥାରେ ଜମା ଥିବା ଟଙ୍କା ଉପରେ ବୀମା ସୁରକ୍ଷା ମଧ୍ୟ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି। କେବଳ ଯେଉଁ ସମବାୟ ସମିତିକୁ ଜମା ସଂଗ୍ରହ କରିବାର ଅନୁମତି ଦିଆଯାଇଛି, ସେମାନେ ଲୋକଙ୍କ ଠାରୁ ଟଙ୍କା ଜମା ନେଇପାରିବେ ବୋଲି ଆରବିଆଇ କହିଛନ୍ତି।

ଆରବିଆଇ କହିଛନ୍ତି, କିଛି ସମବାୟ ସମିତି ସେମାନଙ୍କ ନାମରେ ବ୍ୟାଙ୍କ ଶବ୍ଦ ବ୍ୟବହାର କରୁଥିବା ମାମଲା ଆମ ନଜରକୁ ଆସିଛି। ଏହା ବ୍ୟାଙ୍କିଙ୍ଗ୍ ନିୟାମକ ନିୟମ ୧୯୪୯ର ଧାରା ୭ର ଉଲ୍ଲଂଘନ। କିଛି ସମବାୟ ସମିତି ଅଣ ସଦସ୍ୟଙ୍କ ଠାରୁ ଜମା ସଂଗ୍ରହ କରୁଥିବାର ଖବର ମଧ୍ୟ ଆମ ପାଖେ ପହଞ୍ଚିଛି। ସମିତିର ଏଭଳି କାର୍ଯ୍ୟ ବ୍ୟାଙ୍କିଙ୍ଗ ନିୟମର ଖିଲାପ କରୁଛି। କେବଳ ବ୍ୟାଙ୍କିଙ୍ଗ୍ ନିୟମ ଅଧୀନରେ ଯେଉଁ ସମବାୟ ସଂସ୍ଥାଗୁଡ଼ିକୁ ଅନୁମତି ଦିଆଯାଇଛି ସେମାନେ ହିଁ ନିଜ ନାମରେ ବ୍ୟାଙ୍କ ଶବ୍ଦ ବ୍ୟବହାର କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ଜଣାଇଛନ୍ତି।

ଆରବିଆଇ ଆହୁରି କହିଛନ୍ତି, ବହୁ ସମବାୟ ସଂସ୍ଥାକୁ ଲାଇସେନ୍ସ ମିଳିନାହିଁ କିମ୍ବା ବ୍ୟାଙ୍କ କାରବାର କରିବା ଲାଗି ରିଜର୍ଭ ବ୍ୟାଙ୍କ ସେମାନଙ୍କୁ ସ୍ବୀକୃତି ମଧ୍ୟ ଦେଇନାହିଁ। ଏମାନଙ୍କ ମଧ୍ୟରୁ ଅନେକ ସଂସ୍ଥା ନିଜ ନାମରେ ବ୍ୟାଙ୍କ ଶବ୍ଦକୁ ବ୍ୟବହାର କରୁଛନ୍ତି। ସେଭଳି ସଂସ୍ଥାରେ ଥିବା ଜମା ରାଶି ଉପରେ ବୀମା ସୁରକ୍ଷା ମିଳିବ ନାହିଁ। କେବଳ ବ୍ୟାଙ୍କ ଓ ରିଜର୍ଭ ବ୍ୟାଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ସଂସ୍ଥାରେ ଥିବା ଜମା ରାଶିର ବୀମା କରାଯାଇଛି। ତେଣୁ ଯେଉଁ ସମବାୟ ସମିତି ନିଜକୁ ବ୍ୟାଙ୍କ ବୋଲି ପ୍ରଚାର କରୁଛନ୍ତି ସେଥି‌ରେ ଟଙ୍କା ରଖିବା ପୂର୍ବରୁ ଲୋକମାନେ ସେମାନଙ୍କ କାରବାର ଓ ସଂପୃକ୍ତ ସଂସ୍ଥାକୁ ମିଳିଥିବା ଅନୁମତି ସଂପର୍କରେ ବୁଝାସୁଝା କରିବାର ଆବଶ୍ୟକତା ରହିଛି। ଏଭଳି ସଂସ୍ଥାଠାରୁ ଦୂରେଇ ରହିବା ଲାଗି ଆରବିଆଇ ସତର୍କ କରାଇ ଦେଇଛନ୍ତି।

Leave A Reply

Your email address will not be published.