ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ପଞ୍ଜାବ ରାଜନୀତି ତେଜିଲା; ଭୋଟ ପାଇଁ ବିକଳ ବିଜେପି-ଆପ୍-କଂଗ୍ରେସ

0

ବିବାଦୀୟ ଚାଷୀ ବିଲ୍ ପ୍ରତ୍ୟାହାର କରି ଖେଳ ଆରମ୍ଭ କରିଛି ବିଜେପି

ଶିରୋମଣି ଅକାଳୀ ଦଳ ଓ ଅମରିନ୍ଦରଙ୍କୁ ସାଙ୍ଗରେ ନେଇପାରନ୍ତି ଗେରୁଆ ଦଳଟ

ଜିତିଲେ ମହିଳାଙ୍କୁ ମାସକୁ ହଜାରେ ଟଙ୍କା ଲେଖାଏଁ ଦେବାକୁ କେଜ୍ରିଓ୍ବାଲଙ୍କ ଘୋଷଣା

ମୃତ ଚାଷୀଙ୍କ ପରିବାରର ଜଣକୁ ଚାକିରି ଦେବାକୁ ଘୋଷଣା କଲେ ଚନ୍ନି ସରକାର

ଚଣ୍ଡିଗଡ: ପଞ୍ଜାବ ନିର୍ବାଚନ ତାତି ବଢ଼ିଲାଣି। ଗୋଟିଏ ପଟେ ଅମରିନ୍ଦରଙ୍କ ନୂଆ ଦଳ ଏବଂ ଶିରୋମଣି ଅକାଳୀ ଦଳକୁ ନିଜ ସାଙ୍ଗରେ ବିଜେପି ନେବା ଲାଗି ଯୋଜନା କରିଛି। ଚାଷୀ ବିଲ୍ ପ୍ରତ୍ୟାହାର ନିଷ୍ପତ୍ତିକୁ ଏହାର ଏକ ଅଂଶ ବୋଲି ବିବେଚନା କରାଯାଉଛି। ଏହି ନିଷ୍ପତ୍ତି ଜରିଆରେ ଚାଷୀଙ୍କୁ ନିଜ ସପକ୍ଷକୁ ନେଇ ପଞ୍ଜାବ ଦଖଲ ଲାଗି ମୋଦୀଙ୍କ ବିଜେପି ପ୍ରସ୍ତୁତି ଚଳାଇଛି। ଅନ୍ୟପଟେ ପଞ୍ଜାବରେ ପହଞ୍ଚି ଖେଳ ଆରମ୍ଭ କରି ଆପ୍ ମୁଖିଆ ଅରବିନ୍ଦ କେଜ୍ରିଓ୍ବାଲ। ମାଳ ମାଳ ନିର୍ବାଚନୀ ପ୍ରତିଶ୍ରୁତି ଦେଇ ଲୋକଙ୍କ ମନ କିଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଶ୍ରୀ କେଜ୍ରିଓ୍ବାଲ କହିଛନ୍ତି, ଆପ୍‌ କ୍ଷମତାକୁ ଆସିଲେ ପ୍ରତି ମହିଳାଙ୍କୁ ହଜାରେ ଟଙ୍କା ମିଳିବ। ଆପ୍ ମହିଳା କାର୍ଡରୁ ରାଜନୀତି ଆରମ୍ଭ କରିଛି। ଏସବୁ ଭିତରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ସିଂହ ଚନ୍ନି ସରକାର ମଧ୍ୟ ପଛରେ ନାହାନ୍ତି। ଚାଷୀଙ୍କ ଭାବାବେଗକୁ ଲକ୍ଷ୍ୟ ରଖି ଏକ ବଡ଼ ଘୋଷଣା କରିଛନ୍ତି ଯେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଥିବାବେଳେ ଏହି ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ।ଏସବୁ କାରଣରୁ ହଠାତ୍ ପଞ୍ଜାବ ରାଜନୀତି ସରଗରମ ଧରିଛି। ଉତ୍ତରପ୍ରଦେଶ ପରେ ପଞ୍ଜାବ ଉପରେ ହିଁ ସମଗ୍ର ଦେଶର ନଜର ଏବେ କେନ୍ଦ୍ରୀଭୂତ ହେଲାଣି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ଦୁଇ ଦିନିଆ ପଂଜାବ ଗସ୍ତରେ ଅଛନ୍ତି। ପଞ୍ଜାବରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେଇ କେଜ୍ରିୱାଲ କହିଛନ୍ତି, ଯଦି ଆମେ ୨୦୨୨ରେ କ୍ଷମତାକୁ ଆସିବୁ ତେବେ ପ୍ରତି ପରିବାରରେ ୩ ଜଣ ମହିଳାଙ୍କୁ ୧ ହଜାର ଟଙ୍କା ଲେଖାଏଁ ଦେବୁ। ଏହା ହିଁ ବିଶ୍ବର ସବୁଠୁ ବଡ଼ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ହେବ। ସେ କଟାକ୍ଷ କରି କହିଛନ୍ତି ଯେ କେଜ୍ରିୱାଲ କହିଛନ୍ତି, ପଂଜାବରେ ଜଣେ ନକଲି ‌କେଜ୍ରିୱାଲ୍‌ ବୁଲୁଛନ୍ତି। ଯେଉଁ ପ୍ରତିଶ୍ରୁତି ମୁଁ ଦେଉଛି ସେ ବି ଠିକ୍‌ ସମାନ ପ୍ରତିଶ୍ରୁତି ଦେଉଛନ୍ତି। ସମଗ୍ର ଦେଶରେ କେବଳ ଜଣେ ବ୍ୟକ୍ତି କେଜ୍ରିୱାଲ୍‌ ହିଁ ବିଦ୍ୟୁତ ବିଲ୍‌ ଶୂନକୁ ଆଣିପାରିବେ। ତେଣୁ ନକଲି କେଜ୍ରିୱାଲ୍‌ ପ୍ରତି ସାବଧାନ ରହିବାକୁ‌ ସେ ପଞ୍ଜାବବାସୀଙ୍କୁ ସତର୍କ କରିଦେଇଛନ୍ତି।

ତତ୍କାଳ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ଘୋଷଣା କରିଛନ୍ତି ଯେ ସାଧାରଣତନ୍ତ୍ର ଦିବସରେ ହୋଇଥିବା ହିଂସା ଯୋଗୁଁ ଯେଉଁ କୃଷକମାନେ ଗିରଫ ହୋଇଥିଲେ ସେମାନଙ୍କୁ ସରକାର ନିକଟରେ ଆର୍ଥିକ ସହାୟତା ଘୋଷଣା କରିଥିଲେ। ଏବେ କୃଷକଙ୍କ ପରିବାର ସଦସ୍ୟଙ୍କୁ ଚାକିରି ମିଳିବ। ଚନ୍ନି ସାଙ୍ଗେ ସାଙ୍ଗେ ଦିଲ୍ଲୀ ଟିକରି ସୀମାରେ ଆନ୍ଦୋଳନରେ ପ୍ରାଣ ହରାଇଥିବା ଜଣେ ଚାଷୀ କାଶ୍ମୀର ଲାଲ୍‌ ଜି’ଙ୍କ ପୁଅଙ୍କୁ ପଂଜାବ କଂଗ୍ରେସ ବିଧାୟକ ରାମିନ୍ଦର ଅଲା ଏକ ନିଯୁକ୍ତିପତ୍ର ଦେଇଛନ୍ତି।

Leave A Reply

Your email address will not be published.