ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

ଡିସେମ୍ବର ପ୍ରଥମ ସପ୍ତାହରେ ବର୍ଷା

0

ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡମାନ ସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । କ୍ରମଶଃ ଏହି କ୍ଷେତ୍ର ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗରେ ଅଗ୍ରସର ହୋଇ ୪୮ ଘଣ୍ଟା ରେ ଅଧିକ ଘନୀଭୂତ ହୋଇ ମଧ୍ୟରେ ଅବପାତ ରେ ପରିଣତ ହେବାର ସମ୍ଭାବନା ରହିଛି । ୪-୫ ତାରିଖ ବେଳକୁ ଏହି କ୍ଷେତ୍ର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଆନ୍ଧ୍ର- ଓଡ଼ିଶା ଉପକୂଳ ନିକଟ ରେ ପହଞ୍ଚିବାର ସମ୍ଭାବନା ରହିଛି ପରବର୍ତ୍ତୀ ସମୟ ରେ ଏହି କ୍ଷେତ୍ର ଦିଗ ପରିବର୍ତ୍ତନ କରି ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗ ରେ ପଶ୍ଚିମବଙ୍ଗ- ବାଂଲାଦେଶ ରିକର୍ଭ କରିବାର ସମ୍ଭାବନା ଥିବା କିଛି ମଡେଲ ମାନେ ଦର୍ଶାଉଛନ୍ତି । ଲଘୁଚାପ କୁ ଶକ୍ତିଶାଳୀ କରିବା ପାଇଁ ସାମୁଦ୍ରିକ ଓ ବାୟୁମଣ୍ଡଳର ବାତାବରଣ ଅନୁକୂଳ ରହିଛି । ପାଣିପାଗ ନେଇ ଏମିତି ପୂର୍ବାନୁମାନ କରିଛନ୍ତି ସାର୍ଥକ ମିଶ୍ର।

ତେବେ ସମ୍ଭାବ୍ୟ କ୍ଷେତ୍ର ପ୍ରଭାବ ରେ ଡ଼ିସେମ୍ବର ପ୍ରଥମ ସପ୍ତାହ ରେ ରାଜ୍ୟ ରେ ବର୍ଷା ସମ୍ଭାବନା ରହିଛି । ଡିସେମ୍ବର ୨ -୫ ମଧ୍ୟରେ ବର୍ଷା ସମ୍ଭାବନା ରହିଛି । ଏହି ସମୟ ରେ ରାଜ୍ୟ ରେ ପାଣିପାଗ କୋହୋଲା ଓ ମେଘୁଆ ରହିବା ସହିତ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ରେ ଲଘୁଚାପ ର ବିଶେଷ ପ୍ରଭାବ ପଡ଼ିପାରେ। ୩୦ ତାରିଖ ପରେ ରାତି ତାପମାତ୍ରା ବଢିବ । ତେବେ ସମ୍ଭାବ୍ୟ କ୍ଷେତ୍ର ପ୍ରଭାବ ରାଜ୍ୟ ଉପରେ କେତେ ପଡ଼ିବ ତାହା ଆଗାମୀ ୩-୪ ଦିନ ମଧ୍ୟରେ ଜଣା ପଡ଼ିବ।

Leave A Reply

Your email address will not be published.