ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଏକାଠି ନଜର ଆସିବେ ଅମୀର-ରଣବୀର

0

ବଲିଉଡ ସୁପରଷ୍ଟାର ଅମୀର ଖାନ୍ ଓ ଇଣ୍ଡଷ୍ଟ୍ରିର ରାଇଜିଙ୍ଗ ସୁପରଷ୍ଟାର ରଣବୀର କପୁରଙ୍କୁ ଗୋଟିଏ ଫିଲ୍ମରେ ଏକା ସାଙ୍ଗରେ ଦେଖିବାକୁ ମିଳିପାରେ । ଅମୀର ଓ ରଣବୀରଙ୍କ ମଧ୍ୟରେ ଗୋଟେ ସମାନ କଥା ହେଲା ଯେ, ଉଭୟ ବହୁତ କମ ଫିଲ୍ମ କରିଥାନ୍ତି । ବର୍ଷେ କିମ୍ବା ଦୁଇ ବର୍ଷରେ ଗୋଟିଏ କିମ୍ବା ୨ଟି ଫିଲ୍ମ ଏହି ଷ୍ଟାରଙ୍କ ରିଲିଜ ହୁଏ । ଫ୍ୟାନ୍ସ ବି ଦୁଇ ଜଣଙ୍କ ଫିଲ୍ମର ରିଲିଜ ଅପେକ୍ଷାରେ ଚାହିଁ ରହିଥାନ୍ତି । । ତେବେ ଯଦି ଗୋଟିଏ ଫିଲ୍ମରେ ଦୁଇ ଅଭିନେତାଙ୍କୁ ଦେଖିବାକୁ ମିଳିବ ତେବେ ଏହି ଦୁଇ ଜଣ ହିଁ ଫ୍ୟାନ୍ସଙ୍କ ପାଇଁ ସୋନେ ପର ସୁହାଗା ହେବ ।

ସୂଚନା ଅନୁସାରେ, ଅମୀର ଓ ରଣବୀର ଗୋଟିଏ ଫିଲ୍ମରେ ନଜର ଆସିବେ ଏବଂ ୨୦୨୨ରୁ ଏହି ଫିଲ୍ମର କାମ ଆରମ୍ଭ ହେବ । ଫିଲ୍ମକୁ ନେଇ ଏବେ କିଛି ବିଶେଷ ତଥ୍ୟ ମିଳିପାରିନାହିଁ । ତେବେ ଅମୀର ଓ ରଣବୀରକୁ ସ୍କ୍ରିପ୍ଟ ପସନ୍ଦ ଆସିଛି ଏବଂ ଦୁଇ ଜଣ ଏକାଠି କାମ କରିବାକୁ ହଁ କରିଥିବା ଜଣାପଡିପଡିଛି । ଦୁଇ ଜଣ ଏକାଠି କେବେଠୁ କାମ କରିବାକୁ ଚାହୁଁଥିବା ବେଳେ ଏବେ ସେମାନଙ୍କ ହାତରେ ଏକ ଭଲ ପ୍ରୋଜେକ୍ଟ ଲାଗିଛି । ଅମୀର ଖାନ୍ ଏହି ଫିଲ୍ମର ପ୍ରଡ୍ୟୁସ କରିବେ । ଏବେ ଫିଲ୍ମକୁ ନେଇ ବିଚାର-ବିମର୍ଷ ଚାଲିଥିବା ବେଳ ବେଶି କିଛି ଜାଣିବାକୁ ମିଳିନାହିଁ ।

ଉଭୟ ଏହା ପୂର୍ବରୁ ଫିଲ୍ମ ‘ପିକେ’ରେ ଏକାଠି ନଜର ଆସିଥିଲେ । ଅମୀର ଓ ରଣବୀଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ରହିଆସିଛି ଏବଂ ଦୁଇ ଜଣ ପରସ୍ପରକୁ ସମ୍ମାନ ମଧ୍ୟ କରନ୍ତି । ୨୦୧୬ରେ ଯେତେବେଳେ ରଣବୀରଙ୍କ ଫିଲ୍ମ ‘ଏ ଦିଲ ହେବ ମୁସକିଲ’ ରିଲିଜ ହୋଇଥିଲା ସେତେବେଳେ ଅମୀର,ରଣବୀରଙ୍କ ବହୁତ ପ୍ରଶଂସା କରିଥିଲେ । ତେବେ ଏବେ ରଣବୀର ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ଚର୍ଚ୍ଚାରେ ଅଛନ୍ତି । ସେହିପରି ଅମୀର ଖାନ ମଧ୍ୟ ଏବେ ‘ଲାଲ ସିଂହ ଚଢା’ରେ ନଜର ଆସିବେ ।

Leave A Reply

Your email address will not be published.