ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

କେବିସି ପାଇଁ କାହିଁକି ହଁ ମାରିଥିଲେ ଅମିତାଭ?

0

ମହାନାୟକ ଅମିତାଭ ବଚ୍ଚନ କେବଳ ବଡ଼ ପରିଦାରେ ସୀମିତ ନାହାନ୍ତି ,ଛୋଟ ପରଦାରେ ମଧ୍ୟ ସେ ନିଜର ଜଲୱା ଦେଖାଇସାରିଛନ୍ତି । କୌନ ବନେଗା କରୋଡପତି ଆଜି ଭାରତୀୟ ଟେଲିଭିଜନର ସବୁଠୁ ଲୋକପ୍ରିୟ ଶୋ । ଏହା କେବେଳ ଗେମ କିମ୍ବା କୋଟିଏ ଟଙ୍କାର ପୁରସ୍କାର ପାଇଁ ନୁହେଁ ବଂର ଅମିତାଭଙ୍କ ଉପସ୍ଥିତି ପାଇଁ ଘରେ ଘରେ ଲୋକପ୍ରିୟ ହୋଇପାରିଛି । ଅମିତାଭଙ୍କ ବିନା ଏହି ଶୋର କଳ୍ପନା ବି କରିହେବନି । ତେବେ ଅମିତାଭ ଫିଲ୍ମ ମଧ୍ୟରେ କାହିିଁକ କେବିସି ପାଇଁ ରାଜି ହୋଇଥିଲା,ତାର କାରଣ ଦର୍ଶକଙ୍କ ଆଗରେ କହିଛନ୍ତି ।

କେବିସି ହଜାରେ ଏପିସୋଡ ପୁରା କରିବା ଅବସରରେ ଅମିତାଭଙ୍କ ଝିଅ ଶ୍ୱେତା ଓ ନାତୁଣୀ ନବ୍ୟା ନବେଲି ନନ୍ଦୀ ଶୋରେ ପହଁଞ୍ଚିଥିଲେ । ଶୋ ର ଆରମ୍ଭରୁ ଶେଷ ପଯ୍ୟନ୍ତ ନବ୍ୟାଙ୍କ ସମସ୍ତ ପ୍ରଶ୍ନର ଖୋଲିକି ଜବାବ ଦେଇଥିଲେ ଅମିତାଭ । ଅମିତାଭ କହିଥିଲେ, ୨୧ ବର୍ଷ ହୋଇଯାଇଛି । ୨୦୦୦ ମସିହାରେ ଶୋର ଆରମ୍ଭ ହୋଇଥିଲା । ଆଉ ସେତେବେଳେ ଲୋକେ କହିଥିଲେ, ଫିଲ୍ମରୁ ଟେଲିଭିଜନ ଯାଉଛ,ବଡ଼ ପରଦାରୁ ଛୋଟ ପରଦାକୁ ଯାଉଛ, ଇମେଜ ଉପରେ ଏହା ପ୍ରଭାବ ପକାଇବ । କିନ୍ତୁ ଏହାର ପ୍ରକୃତ କାରଣ ଅଲଗା ଥିଲା ।

ଅମିତାଭ କହିଛନ୍ତି, କିଛି ଏଭଳି ପରିସ୍ଥିତି ସେତେବେଳେ ଥିଲା,ଯେତେବେଳେ ଫିଲ୍ମରେ କାମ ମିଳୁନଥିଲା । ତେଣୁ କେବିସିରେ ହୋଷ୍ଟିଂ ପାଇଁ ହଁ କରିଥିଲେ । କିନ୍ତୁ କେବିସି ପ୍ରସାରଣ ପରେ ଲୋକମାନେ ଏମିତି ଏହାକୁ ପସନ୍ଦ କରିଥିଲେ ଯେ, ପୁରା ଦୁନିଆ ବଦଳିଯାଇଛି । ବିଗ୍ ବିଙ୍କ ଏହି କଥା ଦର୍ଶକଙ୍କ ମନକୁ ଛୁଇଁଥିଲା । ଅମିତାଭ ଏହା ବି କହିଥିଲେ ଯେ, ଶୋରେ ଆଜି ଯାଏଁ ଯେତେ ପ୍ରତିଯୋଗୀ ଆସିଛନ୍ତି,ସମସ୍ତଙ୍କଠୁ କିଛି କିଛି ଶିଖିବାକୁ ମିଳିଛି ।

କୌନ ବନେଗା କରୋଡପତି ୨୧ବର୍ଷରେ ପହଞ୍ଚିଛି । କିନ୍ତୁ ଆଜି ବି ଶୋରେ ଅମିତାଭଙ୍କ ଚମତ୍କାରିତା ଅକ୍ଷୁର୍ଣ୍ଣ ରହିଛି । ଏହା କହିବା ପରେ ଅମିତାଭ ଭାବବିହ୍ୱଳ ହୋଇଯାଇଥିଲେ ଏବଂ ନିଜ ଆଖିରୁ ଲୁହ ପୋଛୁଥିବା ନଜର ଆସିଥିଲେ ।

Leave A Reply

Your email address will not be published.