ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆଜି ଏସବୁ ଜିଲ୍ଲାରେ ଭାରି ବର୍ଷା, ତା ପରେ କୁହୁଡି

0

ନୂଆବର୍ଷରୁ ବଦଳିଯିବ ପାଣିପାଗ, ରାଜ୍ୟକୁ ଶୀତ ଫେରିବ

ଭୁବନେଶ୍ବର: ଚଳିତବର୍ଷର ପାଣିପାଗ ମୁଣ୍ଡ ବିଗାଡି ଦେଲାଣି। ମୌସୁମୀ ଆରମ୍ଭରୁ ଏମିତି ପରିସ୍ଥିତି ସୃଷ୍ଟି ହେଲା, ଯେମିତି ରାଜ୍ୟରେ ଚଳିତବର୍ଷ ଭୀଷଣ ମରୁଡି ପରିସ୍ଥିତି ସୃଷ୍ଟି ହେବ। ଉପକୂଳ ଠାରୁ ପଶ୍ଚିମ ଓଡ଼ିଶା ଯାଏ ସବୁଠାରେ ଏହାର ସାମାନ୍ୟ ପ୍ରଭାବ ପଡ଼ିଥିଲା। କିନ୍ତୁ ତା ପରଠାରୁ ଏଯାଏ ଅର୍ଥାତ୍ ଡିସେମ୍ବର ସରିବାକୁ ବସିଲାଣି, ବର୍ଷା ଛା଼ଡିବାର ନା ଧରୁନାହିଁ। ଏବେ ବର୍ଷ ଶେଷକୁ ଯେତିକି ଫସଲ ହେଇଥିଲା, ତାକୁ ବି ନେଇଯିବାକୁ ବସିଛି। ବୁଧବାର ପଶ୍ଚିମ ଓଡ଼ିଶା ସ୍ଥିତି ବେହାଲ। ବରଗଡ, ସମ୍ବଲପୁର ଆଦି ଅଞ୍ଚଳରେ ବର୍ଷା କାରଣରୁ ଲକ୍ଷ ଲକ୍ଷ ଧାନ ବସ୍ତା ଯାହା ବିକ୍ରି ପାଇଁ ଆସିଥିଲା ତାହା ପାଣିରେ ଭିଜିଯାଇଛି। ଚାଷୀ ମୁଣ୍ଡରୁ ହାତ ଖସୁନାହିଁ।

ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି, ଗୁରବାର ଚିତ୍ରରେ ମଧ୍ୟ ବିଶେଷ ପରିବର୍ତ୍ତନ ହେବ ନାହିଁ।ବରଂ ସ୍ଥିତି ଅଧିକ ଗମ୍ଭୀର ହୋଇପାରେ। ପୂର୍ବାହ୍ନରେ ୮ଟି ଜିଲ୍ଲାରେ ଭାରି ବର୍ଷା ହେବ। ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ କୁଆପଥର ମଧ୍ୟ ପଡ଼ିପାରେ। ପ୍ରବଳ ବର୍ଷା ଭୟ କାରଣରୁ ଚାଷୀଙ୍କୁ ଉଭୟ ପାଣିପାଗ ବିଜ୍ଞାନୀ ଓ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି। ଧାନ ଘୋଡାଇ ରଖିବାକୁ ପରାମର୍ଶ ଦିଆଯାଇଛି।

କେବଳ ସେତିକି ନୁହେଁ, ପାଣିପାଗ ବିଜ୍ଞାନୀ ଆହୁରି ଆକଳନ କରିଛନ୍ତି ଯେ ଗୁରୁବାର ରାତିରୁ ଆଉ ଗୋଟିଏ ଚିତ୍ର ଦେଖିବାକୁ ମିଳିବ। ତାହା ହେଲା ପରବର୍ତ୍ତୀ ଦୁଇଦିନ ରାଜ୍ୟର ଅଧା ଅଞ୍ଚଳକୁ ଘନ କୁହୁ଼ଡି ଭୟ ରହିଛି। ଗୁରୁବାର ରାତି ଓ ଶୁକ୍ରବାର ସକାଳ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ ଓ କଟକ ଜିଲ୍ଲାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ହେବ। ସେହିଭଳି ଶୁକ୍ରବାର ରାତି ଓ ଶନିବାର ସକାଳେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ବୌଦ୍ଧ, ଅନୁଗୁଳ, କନ୍ଧମାଳ, ନୟାଗଡ଼, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘନ କୁହୁଡ଼ି ପଡ଼ିବ। ଏପରିକି ଯାନବାହନ ଚଳାଚଳ ମଧ୍ୟ ବ୍ୟାହତ ହୋଇପାରେ।

ପାଣିପାଗ ବିଜ୍ଞାନୀଙ୍କର କହିବା କଥା ହେଉଛି, ନୂଆବର୍ଷରୁ ପାଣିପାଗରେ ବଡ ପରିବର୍ତ୍ତନ ପରିଲକ୍ଷିତ ହେବ। ରାତିର ତାପମାତ୍ରା ପୁଣି ଥରେ ୩ରୁ ୫ ଡିଗ୍ରି ଯାଏ ଖସିବା ବିଚିତ୍ର ନୁହେଁ। ଏହା ତିନି ଚାରି ଦିନ ଯାଏ ଲାଗି ରହିବ। ଏଣୁ ଥଣ୍ଡା ଅନୁଭୂତ ହେବ ଏବଂ କୁହୁଡି ବି ପଡ଼ିବ।

Leave A Reply

Your email address will not be published.