ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ମାଓବାଦୀଙ୍କ ନାଁରେ ରଚିଥିଲା ନାଟକ, ଶେଷରେ…

0

ମଦ ନେଲା ପୁଣି ଏକ ଜୀବନ; ଶୁକନାଥ ସିଂ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌

ସୁନ୍ଦରଗଡ: ହାତ ଧରି ସାଙ୍ଗରେ ଆସିବା ବେଳେ କେତେ ସ୍ବପ୍ନ ଦେଖିଥିଲା ସରସ୍ବତୀ ସିଂ। ସ୍ବାମୀ ଶୁକନାଥ ସହିତ ସାତ ଜନ୍ମ ରହିବ, ପାଦରେ ପାଦ ମିଶାଇ ଚାଲିବ, ଦୁଃଖ, ସୁଖକୁ ଏକାଠି କରି ପରିସ୍ଥିତିର ଉଭୟ ମୁକାବିଲା କରିବେ। ହେଲେ ସେସବୁ ପାଣି ଭଳି କୁଆଡେ ମିଳାଇଗଲା। ବରଂ ନିଶା ସେମାନଙ୍କ ପରିବାରକୁ ଭାଙ୍ଗି ଚୁରମାର କରିଦେଲା। ଶେଷରେ ଶୁକନାଥର ଯେଉଁ ହାତ ଦିନେ ସରସ୍ବତୀ ମୁଣ୍ଡରେ ସିନ୍ଦୁର ପିନ୍ଧାଇଥିଲା, ସେ ହାତ ଉଠିଗଲା। ସବୁକିଛି ଓଲଟପାଲଟ ହୋଇଗଲା। ନିଶା ସେମାନଙ୍କ ଜୀବନକୁ ବିଷ କରିଦେଲା। ଶେଷରେ ସ୍ବାମୀ ଶୁକନାଥର ନିର୍ଯ୍ୟାତନା ସହିନପାରି, ସରସ୍ବତୀ ଚରମ ନିଷ୍ପତ୍ତି ନେଇଗଲା। କଟୁରୀ ଓ ଟାଙ୍ଗିଆରେ ଶୁକନାଥକୁ ଗାଣି ନାଳକଡରେ ଫୋପାଡି ଦେଲା।

ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ କେ ବଲାଙ୍ଗ ଅଞ୍ଚଳର କଦମଟୋଲା ରାଙ୍ଗୁନ୍ ନାଳକୂଳରେ ଯେଉଁ ହତ୍ୟାକାଣ୍ଡ ମାଓବାଦୀ ଘଟାଇଛନ୍ତି ବୋଲି ଭାବି ପୁଲିସ ତଦନ୍ତ ଆରମ୍ଭ କରିଥିଲା, ସେଥିରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ନିଶା ରାଜ୍ୟରେ କିଭଳି ଗୋଟିଏ ପରେ ଗୋଟିଏ ପରିବାରକୁ ଗିଳି ଚାଲିଛି ଓ ଅନେକ ସଂପର୍କକୁ ମଶାଣି ଜୁଇ ଭିତରେ ପୋଡି ପାଉଁଶ କରିଦେଉଛି ଶୁକନାଥ ହତ୍ୟାକାଣ୍ଡ ତାର ଆଉ ଏକ ନମୁନା।

ଘଟଣାଟି ଥିଲା ଏହିପରି। ଡିସେମ୍ବର ୧୨ ତାରିଖ। ସେ ଦିନ ରାତିରୁ ଶୁକନାଥ ନିଖୋଜ ଥିଲା। ଘରୁ କେହି ଡାକି ନେଇ ଯାଇଥିଲା ବୋଲି କୁହାଗଲା। ସମସ୍ତେ ଖୋଜିବାରେ ଲାଗିଗଲେ ଶୁକନାଥକୁ। ଦୁଇ ଦିନ ପରେ କିନ୍ତୁ ତାର କ୍ଷତବିକ୍ଷତ ମୃତଦେହ ଓଡିଶା – ଝାଡଖଣ୍ଡ ସୀମା ସଂଲଗ୍ନ ରାଙ୍ଗୁନ୍ ନାଳକୂଳରେ ପଡ଼ିଥିବା ଲୋକେ ଦେଖିଲେ। ପରେ ଏ ସଂପର୍କରେ ପରିବାର ପକ୍ଷରୁ ପୁଲିସକୁ ଖବର ଦିଆଗଲା। ସେମାନେ ସେବେ ପୁଲିସକୁ କହିଥିଲେ, ମୃତ୍ୟୁର ଦୁଇଦିନ ପୂର୍ବରୁ ଜଙ୍ଗଲ ଭାଇମାନେ ତାକୁ ଡାକିନେଇଛନ୍ତି ଓ ହତ୍ୟା କରି ଏଠାରେ ଫିଙ୍ଗି ଦେଇଛନ୍ତି।

କିନ୍ତୁ ପୁଲିସ ତଦନ୍ତ ପରେ ଜଣାପଡିଥିଲା ଯେ ଘଟଣାଦିନ ରାତିରେ ଶୁକନାଥ ମଦ ପିଇ ଘରକୁ ଆସିବା ପରେ ସରସ୍ବତୀ ତାକୁ ଖାଇବାକୁ ଦେଇଥିଲା। ହେଲେ ନିଶାରେ ଚୁର୍ ଥିବା ଶୁକନାଛ ତାକୁ ଫିଙ୍ଗି ଦେଇଥିଲା। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆଉ ସରସ୍ବତୀ ଏହାକୁ ସହିନପାରି ଶେଷରେ ଶୁକନାଥକୁ ଟାଙ୍ଗିଆ ଓ କଟୁରୀ ସାହାଯ୍ୟରେ ହାଣି ହତ୍ୟା କରିଥିଲା। କମ୍ବଳରେ ଘୋଡାଇ ଫିଙ୍ଗିଦେବା ସହିତ ମାଓବାଦୀଙ୍କ କାଣ୍ଡ ବୋଲି ଏହାକୁ ରୂପ ଦେଇଥିଲା।

ଏହି ଘଟଣାରେ ପୁଲିସ ସରସ୍ବତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.