ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଲମ୍ପ ମାରୁଛି କରୋନା..ଦେଶରେ ଲକ୍ଷେ ଟପିଲା ସଂକ୍ରମଣ

0

ତୃତୀୟ ଲହରରେ କରୋନା ଏଭଳି ଲମ୍ପ ମାରିବ ବୋଲି ବୋଧେ କେହି କେବେ ଚିନ୍ତା କରିନଥିଲେ । ଓମିକ୍ରନ ଭ୍ୟାରିଆ ଯୋଗୁ ସଂକ୍ରମଣ ଦ୍ରୁତ ଗତିରେ ଦେଶରେ ବଢିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଏବେ ସତ ପ୍ରମାଣିତ ହୋଇଛି । ଗତ ୨୪ ଘଣ୍ଟା ରେ ଦେଶରେ ସଂକ୍ରମଣ ଲକ୍ଷେ ଟପିଛି । ସେହିପରି ଦିନକରେ କରୋନାରେ ଯାଇଛି ୩୦୨ ଜଣଙ୍କ ଜୀବନ ।

ଦେଶରେ କରୋନା ସଂକ୍ରମଣର ବିସ୍ପୋରଣ । ଦିନକରେ ଲକ୍ଷେ ୧୭ ହଜାର ୧୦୦ ନୂଆ ମାମଲା ସାମନାକୁ ଆସିଛି । ଦୀର୍ଘ ୭ ମାସ ପରେ ଦୈନିକ ସଂକ୍ରମଣ ପୁଣି ଲକ୍ଷେ ଟପିଛି । ଗୁରୁବାର ଅପେକ୍ଷା ଶୁକ୍ରବାର ସଂକ୍ରମଣ ହାର ୨୮.୮ ପ୍ରତିଶତ ବଢିଛି । ସେହିପରି ୨୪ ଘଣ୍ଟା ରେ ୩୦୨ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୩ ହଜାର ୧୭୮ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩ ଲକ୍ଷ ୭୧ ହଜାର ୩୬୩ । ଏଯାଏ ସୁସ୍ଥ ହେଲେଣି ୩ କୋଟି ୪୩ ଲକ୍ଷ ୭୧ ହଜାର ୮୪୫ ଜଣ । ସେହିପରି କରୋନାକୁ କାବୁ କରିବାକୁ ଟିକାକରଣ ଜୋରଦାର ଚାଲିଥିବା ବେଳେ ଦେଶରେ ଏଯାଏ ଟିକା ନେଲେଣି ୧୪୯ କୋଟି ୬୬ ଲକ୍ଷରୁ ଅଧିକ ।


ଡିସେମ୍ବର ୨୭ ତାରିଖରେ ୬ ହଜାର୩୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜାନୁଆରୀ ତାରିଖରେ ଲକ୍ଷେ ଉପରେ ମାମଲା ଆସିଛି । ଅର୍ଥାତ ଗତ ୧୧ ଦିନରେ ସଂକ୍ରମଣ ୧୫ ଗୁଣାରୁ ଅଧିକ ବଢିଯାଇଛି । ବିଶେଷ କରି ମହାରାଷ୍ଟ୍ର, ଦିଲ୍ଲୀ,ପଶ୍ଚିମବଙ୍ଗ,କେରଳ ଓ ତାମିଲନାଡୁରେ ଦ୍ରୁତ ସଂକ୍ରମଣ ଚିନ୍ତାକୁ ବଢାଇଛି । ଏହି ୫ ରାଜ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ପ୍ରତିଶତ ପାଖାପାଖି । ସେହିପରି ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଦେଶରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଆଶଙ୍କା କରିଥିଲେ ଯେ, ଜାନୁଆରୀ ଓ ପେବୃଆରି ମାସର ସ୍ଥିତି ଆହୁରି ବେଶ ଗମ୍ଭୀର ହୋଇପାରେ । ଆଉ ଏବେ ସେହି ଆଶଙ୍କା ସତ ହୋଇଛି ।

Leave A Reply

Your email address will not be published.