ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିର୍‌ଜୁ ମହାରାଜଙ୍କ ପରଲୋକ

0

ନୂଆଦିଲ୍ଲୀ: ପରଲୋକରେ ବିଶିଷ୍ଟ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜ। ୮୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଦିଲ୍ଲୀ ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି।

ସୂଚନା ଅନୁସାରେ, ପଣ୍ଡିତ ବିରଜୁ ମହାରାଜ ରବିବାର ରାତିରେ ଦିଲ୍ଲୀ ସ୍ଥିତ ବାସଭବନରେ ନିଜ ନାତି ସହ ଖେଳୁଥିବା ବେଳେ ହଠାତ ଅସୁସ୍ଥତା ଅନୁଭବ କରିଥିଲେ ।ଏହାପରେ ସେଠାରେ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ଦିଲ୍ଲୀର ସାକେତ ହସ୍ପିଟାଲକୁ ସାଙ୍ଗେ ସାଙ୍ଗେ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପଣ୍ଡିତ ବିରଜୁ ମହାରାଜଙ୍କ ଅସଲ ନାଁ ହେଉଛି ବୃଜମୋହନ ମିଶ୍ର। ୧୯୩୮ ଫେବୃଆରି ୪ରେ ସେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ। କଥକ ନୃତ୍ୟ ପାଇଁ ପଦ୍ମବିଭୂଷଣ ସମେତ ଅନେକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି ।ବିରଜୁ ମହାରାଜ ପିଲାଟିର ଦିନରୁ ନିଜ ପିତା ଜଗନ୍ନାଥ ମହାରାଜଙ୍କଠୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ମାତ୍ର ୧୩ ବର୍ଷ ବୟସରେ ସେ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ। ୧୯୪୭ରେ ତାଙ୍କ ବାପାଙ୍କର ପରଲୋକ ହେବା ପରେ ନିଜର ଦୁଇ ଦାଦା ତଥା ଲକ୍ଷ୍ନୌ ଘରାନାର ପ୍ରସିଦ୍ଧ ନୃତ୍ୟଗୁରୁ ଲଚ୍ଛୁ ମହାରାଜ ଓ ଶମ୍ଭୁ ମହାରାଜଙ୍କଠୁ ନୃତ୍ୟର ଉଚ୍ଚତର ଶିକ୍ଷା ଗ୍ରହଣ କରିଥିଲେ।

ବିରଜୁ ମହାରାଜ ଅନେକ ବଲିଉଡ଼ ଚଳଚ୍ଚିତ୍ରରେ ମଧ୍ୟ କୋରିଓଗ୍ରାଫ କରିଛନ୍ତି। ଉମରାଓ ଜାନ, ଦେଢ ଇସ୍କିଆ ଓ ବାଜିରାଓ ମସ୍ତାନୀ ସମେତ ଅନେକ ଫିଲ୍ମରେ
ସେ କୋରିଓଗ୍ରାଫି କରିଥିଲେ। ୨୦୧୨ରେ ସେ ବିଶ୍ୱାରୂପମ ଫିଲ୍ମରେ ନୃତ୍ୟ କୋରିଓଗ୍ରାଫି ପାଇଁ ପୁରସ୍କୃତ ହୋଇଥିଲେ। ପଣ୍ଡିତ ବିରଜୁ ମହାରାଜ ଏକାଧାରରେ ଜଣେ ଗୁରୁ , ନୃତ୍ୟଶିଳ୍ପୀ, କୋରିଓଗ୍ରାଫର, ଗାୟକ ଓ ସଙ୍ଗୀତକାର ଥିଲେ।

Leave A Reply

Your email address will not be published.