ପ୍ରମୁଖ ଖବର

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ
୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ
କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି
ଭୁବନେଶ୍ୱର: ଯୌନ ନିର୍ଯାତନା ଅଭିଯୋଗରେ କନଷ୍ଟେବଲ ଗିରଫ
୪ ବର୍ଷ ଧରି ନାବାଳିକାକୁ ଯୌନ ଶୋଷଣ ସହ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ୍ କରୁଥିବା ଅଭିଯୋଗ
ଚାଇଲ୍ଡ ଲାଇନ ହସ୍ତକ୍ଷେପ ପରେ ପରେ ପଦକ୍ଷେପ
ସେରୋ ଟାଇପିଂ ପାଇଁ ପୁନେ ଗଲା ନମୁନା
ଶ୍ରୀମନ୍ଦିରକୁ ମ୍ୟୁଜୟମ୍ କରନାହିଁ ବୋଲି ଅସନ୍ତୋଷ ଝାଡ଼ିଲେ ଶଙ୍କରାଚାର୍ଯ୍ୟ
ସବୁ ରାଡନୈତିକ ଦଳ ଏବଂ ସାମାଜିକ ସଂଗଠନ ସହିତ ଆଲୋଚନା କଲେ ଜଗଦଗୁରୁ
ଆଇପିଏଲ୍ ଫାଇନାଲରେ ଗୁଜରାଟ ଟାଇଟନ୍ସ
ଆଇପିଏଲରେ ପ୍ରଥମ ଥର ପାଇଁ ପଦାର୍ପଣ କରିଛି ଗୁଜରାଟ ଟିମ୍

କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିର୍‌ଜୁ ମହାରାଜଙ୍କ ପରଲୋକ

0

ନୂଆଦିଲ୍ଲୀ: ପରଲୋକରେ ବିଶିଷ୍ଟ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜ। ୮୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଦିଲ୍ଲୀ ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି।

ସୂଚନା ଅନୁସାରେ, ପଣ୍ଡିତ ବିରଜୁ ମହାରାଜ ରବିବାର ରାତିରେ ଦିଲ୍ଲୀ ସ୍ଥିତ ବାସଭବନରେ ନିଜ ନାତି ସହ ଖେଳୁଥିବା ବେଳେ ହଠାତ ଅସୁସ୍ଥତା ଅନୁଭବ କରିଥିଲେ ।ଏହାପରେ ସେଠାରେ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ଦିଲ୍ଲୀର ସାକେତ ହସ୍ପିଟାଲକୁ ସାଙ୍ଗେ ସାଙ୍ଗେ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପଣ୍ଡିତ ବିରଜୁ ମହାରାଜଙ୍କ ଅସଲ ନାଁ ହେଉଛି ବୃଜମୋହନ ମିଶ୍ର। ୧୯୩୮ ଫେବୃଆରି ୪ରେ ସେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ। କଥକ ନୃତ୍ୟ ପାଇଁ ପଦ୍ମବିଭୂଷଣ ସମେତ ଅନେକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି ।ବିରଜୁ ମହାରାଜ ପିଲାଟିର ଦିନରୁ ନିଜ ପିତା ଜଗନ୍ନାଥ ମହାରାଜଙ୍କଠୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ମାତ୍ର ୧୩ ବର୍ଷ ବୟସରେ ସେ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ। ୧୯୪୭ରେ ତାଙ୍କ ବାପାଙ୍କର ପରଲୋକ ହେବା ପରେ ନିଜର ଦୁଇ ଦାଦା ତଥା ଲକ୍ଷ୍ନୌ ଘରାନାର ପ୍ରସିଦ୍ଧ ନୃତ୍ୟଗୁରୁ ଲଚ୍ଛୁ ମହାରାଜ ଓ ଶମ୍ଭୁ ମହାରାଜଙ୍କଠୁ ନୃତ୍ୟର ଉଚ୍ଚତର ଶିକ୍ଷା ଗ୍ରହଣ କରିଥିଲେ।

ବିରଜୁ ମହାରାଜ ଅନେକ ବଲିଉଡ଼ ଚଳଚ୍ଚିତ୍ରରେ ମଧ୍ୟ କୋରିଓଗ୍ରାଫ କରିଛନ୍ତି। ଉମରାଓ ଜାନ, ଦେଢ ଇସ୍କିଆ ଓ ବାଜିରାଓ ମସ୍ତାନୀ ସମେତ ଅନେକ ଫିଲ୍ମରେ
ସେ କୋରିଓଗ୍ରାଫି କରିଥିଲେ। ୨୦୧୨ରେ ସେ ବିଶ୍ୱାରୂପମ ଫିଲ୍ମରେ ନୃତ୍ୟ କୋରିଓଗ୍ରାଫି ପାଇଁ ପୁରସ୍କୃତ ହୋଇଥିଲେ। ପଣ୍ଡିତ ବିରଜୁ ମହାରାଜ ଏକାଧାରରେ ଜଣେ ଗୁରୁ , ନୃତ୍ୟଶିଳ୍ପୀ, କୋରିଓଗ୍ରାଫର, ଗାୟକ ଓ ସଙ୍ଗୀତକାର ଥିଲେ।

Leave A Reply

Your email address will not be published.