ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ସୁନା ଚୋରିର ସତ

0

କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ କେମିତି ହୋଇଥିଲା ସୁନା ଚୋରି । ଏବଂ କିଏ କରିଥିଲା ଚୋରି । ସାମନାକୁ ଆସିଛି ସତ । ଚୋର ଆଉ କେହି ନୁହେଁନ୍ତି, ହେଉଛନ୍ତି ସେହି ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀ । ତେବେ କର୍ମଚାରୀଙ୍କ ଜଣ କିପରି ସୁନା ଚୋରି କରିଥିଲେ, ଏବଂ ପୁଲିସ କିଭଳି ସୁନା ଜବତ କରିଛି ସେ ନେଇ ସବିଶେଷ ସୂଚନା ଦେଇଛି । ସୁନା ଚୋରିର ପର୍ଦ୍ଦାଫାଶ ନେଇ ସାମ୍ବାଦିକ ସମ୍ମିଳନୀ କରି କୋରାପୁଟ ଏସପି ସବିଶେଷ ସୂଚନା ଦେଇଛନ୍ତି । ନାରୟାଣପାଟଣା ବିକ୍ରମପୁର ଅ ଳର ପୂର୍ବତନ କର୍ମଚାରୀ ଶେଖର କୂଳଦୀପିଆଙ୍କ ଘରୁ ଜବତ ହୋଇଛି ଚୋରି ସୁନା । ୧ କେଜି ୧୮୯ ଗ୍ରାମର ସୁନା ଜବତ କରିଛି ପୁଲିସ । ଏହା ସହ ୨ ଲକ୍ଷ ୯୫ ହଜାର ନଗଦ ଟଙ୍କା ଓ ଜମିର କାଗଜପତ୍ର ପୁଲିସ ଜବତ କରିଛି ।

ଗ୍ରାହକ ହିସାବରେ ଯାଇ ସର୍ଭର ରୁମରେ ଲୁଚି ରହି ସମ୍ପୃକ୍ତ କର୍ମଚାରୀ ଜଣକ ରାତି ସାରା ବ୍ୟାଙ୍କରୁ ଚୋରି କରିଥିଲା । ପୁଲିସ ସିସିଟିଭି ଫୁଟେଜ ଆଧାରରେ ଏହି କର୍ମଚାରୀଙ୍କ ଘରେ ଚଢାଉ କରିଥିଲା । ତେବେ କର୍ମଚାରୀ ଜଣକ ଚାଉଳବସ୍ତା,ଭାତ,ଡାଲି ହାଣ୍ଡି ଓ ଚୁଲିରେ ଏହି ସୁନା ଲୁଚାଇ ରଖିଥିଲା । ପୁଲିସ ଚଢାଉ କରି ୮୦ ଭାଗ ସୁନା ଜବତ କରିବା ସହ ଘଟଣାର ପର୍ଦ୍ଦାଫାଶ କରିଛି । ନଭେମ୍ବର ୩୦ ତାରିଖରେ କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କ ଲକରରୁ ୧ କେଜି ୬୧୦ ଗ୍ରାମ ସୁନା ଗାଏବ ହୋଇଯାଇଥିଲା । ପାଖାପାଖି ଦେଢ କୋଟି ମୂଲ୍ୟର ସୁନା ଚୋରି ପରେ ପୁଲିସ ଛାନଭିନ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ ଆଧାରରେ ଧରପଗଡ଼ ପରେ ଏବେ ପ୍ରକୃତ ସତ ସାମନାକୁ ଆସିଛି ।

Leave A Reply

Your email address will not be published.