ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ସାମାନ୍ୟ କମିଲା ଦୈନିକ ସଂକ୍ରମଣ

0

ଭୁବନେଶ୍ବର: ସାରା ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏଥିରେ କିଛିଟା ଆଶ୍ୱସ୍ତି ମିଳିଛି। ଗତ ୨୪ ଘଣ୍ଟାରେ ୨ଲକ୍ଷ ୫୮ ହଜାରରୁ ଅଧିକମାମଲା ସାମନାକୁ ଆସିଛି। ଗତକାଲି ଅପେକ୍ଷା ଆଜି ୧୩ ହଜାର ୧୧୩ ନୂଆ ମାମଲା କମ ଆସିଛି। ତେବେ ଏବେ ଦେଶରେ ୧୬ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି।

ଦେଶରେ ଦିନକରେ ୨ ଲକ୍ଷ ୫୮ ହଜାର ୫୯ ନୂଆ ମାମଲା ଆସିଥିବା ବେଳେ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୫୧ ହଜାର ୭୪୦ ଜଣ। ସେହିପରି ୨୪ ଘଣ୍ଟାରେ ଦେଶରେ ୩୮୫ ଜଣଙ୍କ ମୃତ୍ୟୁ ହୋଇଛି। ସଂକ୍ରମଣ ହାର ବିଷୟରେ କହିବାକୁ ଗଲେ ଦୈନିକ ସଂକ୍ରମଣ ହାର ୧୯.୬୫ ପ୍ରତିଶତ ଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ରହିଛି ୧୪.୪୧ ପ୍ରତିଶତ। କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ୮ ହଜାର ଟପି ୮ ହଜାର ୨୦୯ରେ ପହଞ୍ଚିଛି। ଗତକାଲିର ସଂଖ୍ୟା ତୁଳନାରେ ୬.୦୨ ପ୍ରତିଶତ ବୃଦ୍ଧି ପାଇଛି।

ସେହିପରି ରାଜ୍ୟରେ ମଧ୍ୟ ଗତକାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ କମିଛି। ରାଜ୍ୟରେ ଦିନକରେ ୧୦ ହଜାର ୪୮୯ କରୋନା ପଜିଟିଭ ଚିହ୍ନଟ
ହୋଇଛନ୍ତି। ଗତକାଲି ତୁଳନାରେ ରାଜ୍ୟରେ ଆଜି ୬୮୮ ମାମଲା କମ ରହିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬ ହଜାର ୮୨ ଜଣ ସଙ୍ଗରୋଧରୁ, ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୪୦୭ ଜଣ ଅଛନ୍ତି। ଶୂନରୁ ୧୮ ବର୍ଷ ମଧ୍ୟରେ ୯୮୨ ଜଣ ଅଛନ୍ତି। କେବଳ ଜାନୁଆରି ମାସରେ ରାଜ୍ୟେୀ ୧୭ ଦିନରେ ଚିହ୍ନଟ ହେଲେଣି ୮୮, ୫୮୬ ସଂକ୍ରମିତ।

ଖୋର୍ଦ୍ଧାରୁ ସର୍ବାଧିକ ୨ହଜାର ୯୩୪ ଜଣ ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧା ସହିତ ସୁନ୍ଦରଗଡ଼ ବି ଚିନ୍ତା ବଢାଇଛି। ସୁନ୍ଦରଗଡ଼ରୁ ଗତ ୨୪ ଘଣ୍ଟାରେ ୧୪ ଶହ ୪୭
ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୮୬,ବାଲେଶ୍ୱରରୁ ୪୩୩,ସମ୍ବଲପୁରରୁ ୩୮୭, ମୟୂରଭଞ୍ଜରୁ ୩୮୩,ରାୟଗଡ଼ାରୁ ୨୫୩ ଜଣ, ବଲାଙ୍ଗୀରର ୨୩୮, ଯାଜପୁରରୁ୧୯୫ ଜଣ ସଂକ୍ରମିତ ଅଛନ୍ତି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୪୪,୪୦୧ରେ ପହଞ୍ଚିବା ବେଳେ ୧୦,୬୦,୦୬୭ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ଚିକିତ୍ସାଧୀନ ଅଛନ୍ତି ୭୫୭୯୭ ଜଣ।

Leave A Reply

Your email address will not be published.