ପ୍ରମୁଖ ଖବର

ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ସମୀର ସାହୁ
ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ
ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ
ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ
ଲ୍ୟାଣ୍ଡମାଇନ ନ ବିସ୍ଫୋରଣରେ ଜଣେ ଯବାନ ସହିଦ, ୩ ଗୁରୁତର
ପୁଣି ଦିଲ୍ଲୀର ତିନୋଟି ସ୍କୁଲକୁ ବୋମା ଧମକ
ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ମନୋଜ ବିଶ୍ୱାଳ

ପିକ୍ ଛୁଇଁ ଖସୁଛି କି ସଂକ୍ରମଣ!

0

ଧୀରେ ଧୀରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ରାଜ୍ୟ ଓ ଦେଶରେ ଦୈନିକ ସଂକ୍ରମଣ ଖସିବାରେ ଲାଗିଛି । ଯାହା ସାମନ୍ୟ ଆଶ୍ୱସ୍ତି ଆଣିଛି । ତେବେ ସଂକ୍ରମଣ ତଳକୁ ଖସୁଥିବାରୁ ଶୀର୍ଷ ଛୁଇଁ ତଳକୁ ଖସିପାରେ ବୋଲି ଅନୁମାନ କରାଯାଉଛି । ରାଜ୍ୟରେ ୭ ହଜାରକୁ ଖସିଛି ସଂକ୍ରମିତ ସଂଖ୍ୟା । ସେହିପରି ଆରମ୍ଭରୁ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଥିବା ଖୋର୍ଦ୍ଧାରେ ମଧ୍ୟ ୨ ହଜାର ତଳକୁ ଆକ୍ରାନ୍ତ ସଂଖ୍ୟା ଖସିଛି ।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ ହଜାର ୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସଙ୍ଗରୋଧରେ ୪ ହଜାର ୨୨୬ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩ହଜାର ୬୫ ଜଣ ଅଛନ୍ତି । ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ୯୫୪ ଜଣ ପଜିଟିଭ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ହଜାରେ ୭୦୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୬୪୬,କଟକରୁ ୫୬୧ ମାମଲା ଆସିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୧ ହଜାର ୯୫୧ରେ ପହଞ୍ଛିଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାର ୭୬୫କୁ ବୃଦ୍ଧି ପାଇଛି । ଦିନକରେ ରାଜ୍ୟରେ କରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାଲେଶ୍ୱର,ଖୋର୍ଦ୍ଧା,କଟକ,କେନ୍ଦୁଝର,ସୁନ୍ଦରଗଡ଼ର।

ସେପଟେ ଦେଶରେ ୩ ଲକ୍ଷ ଉପରେ ସଂକ୍ରମିତଙ୍କ ସଂଖ୍ୟା ଥିଲେ ବି ସଂକ୍ରମଣ ବୃଦ୍ଧିରେ ସାମାନ୍ୟ ବ୍ରେକ ଲାଗିଛି । ଦିନକରେ ୩ ଲକ୍ଷ ୬ ହଜାର ୬୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ରବିବାର ତୁଳନାରେ ଆଜି ୨୭ ହଜାର କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୪୩୯ ଜଣ କରୋନାରେ ଆଖି ବୁଜିଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୯ ହଜାର ୮୪୮ରେ ପହଞ୍ଚିଛି । ଭାରତରେ ସବୁଠୁ ଅଧିକ ସଂକ୍ରମିତ ୫ ରାଜ୍ୟରେ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ତାମିଲନାଡୁ ଓ ଗୁଜୁରାଟରୁ ଚିହ୍‌ଟ ହେଉଛନ୍ତି । ଏହି ୫ ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟା ମୋଟ ସଂକ୍ରମିତ ସଂଖ୍ୟାର ୬୦.୦୧ ପ୍ରତିଶତ । କର୍ଣ୍ଣାଟକରେ କେବଳ ୧୬.୪୧ ପ୍ରତିଶତ ମାମଲା ସାମନାକୁ ଆସିଛି ।

Leave A Reply

Your email address will not be published.