ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ପିକ୍ ଛୁଇଁ ଖସୁଛି କି ସଂକ୍ରମଣ!

0

ଧୀରେ ଧୀରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ରାଜ୍ୟ ଓ ଦେଶରେ ଦୈନିକ ସଂକ୍ରମଣ ଖସିବାରେ ଲାଗିଛି । ଯାହା ସାମନ୍ୟ ଆଶ୍ୱସ୍ତି ଆଣିଛି । ତେବେ ସଂକ୍ରମଣ ତଳକୁ ଖସୁଥିବାରୁ ଶୀର୍ଷ ଛୁଇଁ ତଳକୁ ଖସିପାରେ ବୋଲି ଅନୁମାନ କରାଯାଉଛି । ରାଜ୍ୟରେ ୭ ହଜାରକୁ ଖସିଛି ସଂକ୍ରମିତ ସଂଖ୍ୟା । ସେହିପରି ଆରମ୍ଭରୁ ସର୍ବାଧିକ ପଜିଟିଭ ଚିହ୍ନଟ ହେଉଥିବା ଖୋର୍ଦ୍ଧାରେ ମଧ୍ୟ ୨ ହଜାର ତଳକୁ ଆକ୍ରାନ୍ତ ସଂଖ୍ୟା ଖସିଛି ।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ ହଜାର ୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସଙ୍ଗରୋଧରେ ୪ ହଜାର ୨୨୬ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩ହଜାର ୬୫ ଜଣ ଅଛନ୍ତି । ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ୯୫୪ ଜଣ ପଜିଟିଭ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ହଜାରେ ୭୦୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୬୪୬,କଟକରୁ ୫୬୧ ମାମଲା ଆସିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୧ ହଜାର ୯୫୧ରେ ପହଞ୍ଛିଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାର ୭୬୫କୁ ବୃଦ୍ଧି ପାଇଛି । ଦିନକରେ ରାଜ୍ୟରେ କରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାଲେଶ୍ୱର,ଖୋର୍ଦ୍ଧା,କଟକ,କେନ୍ଦୁଝର,ସୁନ୍ଦରଗଡ଼ର।

ସେପଟେ ଦେଶରେ ୩ ଲକ୍ଷ ଉପରେ ସଂକ୍ରମିତଙ୍କ ସଂଖ୍ୟା ଥିଲେ ବି ସଂକ୍ରମଣ ବୃଦ୍ଧିରେ ସାମାନ୍ୟ ବ୍ରେକ ଲାଗିଛି । ଦିନକରେ ୩ ଲକ୍ଷ ୬ ହଜାର ୬୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ରବିବାର ତୁଳନାରେ ଆଜି ୨୭ ହଜାର କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୪୩୯ ଜଣ କରୋନାରେ ଆଖି ବୁଜିଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୯ ହଜାର ୮୪୮ରେ ପହଞ୍ଚିଛି । ଭାରତରେ ସବୁଠୁ ଅଧିକ ସଂକ୍ରମିତ ୫ ରାଜ୍ୟରେ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ତାମିଲନାଡୁ ଓ ଗୁଜୁରାଟରୁ ଚିହ୍‌ଟ ହେଉଛନ୍ତି । ଏହି ୫ ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟା ମୋଟ ସଂକ୍ରମିତ ସଂଖ୍ୟାର ୬୦.୦୧ ପ୍ରତିଶତ । କର୍ଣ୍ଣାଟକରେ କେବଳ ୧୬.୪୧ ପ୍ରତିଶତ ମାମଲା ସାମନାକୁ ଆସିଛି ।

Leave A Reply

Your email address will not be published.