ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ଚୀନ୍ ସୀମାରୁ ମିଳିଲା ଅରୁଣାଚଳ ପ୍ରଦେଶରୁ ନିଖୋଜ ଯୁବକଙ୍କ ପତ୍ତା

0

ଅରୁଣାଚଳ ପ୍ରଦେଶରୁ ନିଖୋଜ ଭାରତୀୟ ଯୁବକଙ୍କ ପତ୍ତା ଚୀନା ସୀମାରୁ ମିଳିଛି । ଚୀନ ସୈନିକ ମାନେ ଭାରତୀୟ ସୈନିକଙ୍କୁ ନେଇ ଏନେଇ ସୂଚନା ଦେଇଛନ୍ତି । ଭାରତୀୟ ସେନା ସହ ଏନେଇ ଯୋଗାଯୋଗ କରିଛି ଚୀନ ପିପୁଲ୍ସ ଲିବରେସନ ଆର୍ମି । ଖୁବ ଶୀଘ୍ର ସମସ୍ତ ପ୍ରକ୍ରିୟା ସାରି ଯୁବକଙ୍କୁ ଫେରାଇ ଦିଆଯିବ କହିଲା ଚୀନ ସେନା ।

ଅରୁଣାଚଳ ପ୍ରଦେଶର ସିୟୁଂଗଲାର ଲୁଙ୍ଗୋଟା ଜୋର ଅଞ୍ଚଳରୁ ୧୭ ବର୍ଷୀୟ ମିରାମ ତରନ ଗତ ୧୮ ତାରିଖରେ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା । ଭାରତ-ଚୀନ ସୀମା ନିକଟରୁ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ । ଯୁବକଙ୍କ ନିଖୋଜ ଖବରକୁ ଅରୁଣାଚଳର ପୂର୍ବ ସାଂସଦ ତାପିର ଗାଓ ଉଠାଇଥିଲେ । ଚୀନ ସୈନିକ ମାନେ ଯୁବକକୁ ବନ୍ଦୀ କରି ନେଇଯାଇଥିବା ସେ ଦାବି କରିଥିଲେ । ଏହା ପରେ ଭାରତୀୟ ଯୁବକ ନିଖୋଜ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଏବଂ ଚୀନ ସେନାକୁ ଏ ବିଷୟରେ ସୂଚନା ମାଗିଥିଲେ । ପ୍ରଥମେ ଚୀନ ସୈନିକ ମାନେ କହିଥିଲେ ତାଙ୍କୁ ଭାରତୀୟ ଯୁବକଙ୍କ ବିଷୟରେ କୌଣସି ବି ଖବର ନାହିଁ । ହେଲେ ଆଜି ତାଙ୍କ ସୀମାରୁ ଏକ ଯୁବକ ମିଳିଥିବା ଭାରତୀୟ ସେନାକୁ ଖବର ନେଇଛନ୍ତି ଚୀନ ସେନା । ଯୁବକଙ୍କୁ ଭାରତକୁ ହସ୍ତାନ୍ତାର ପାଇଁ ଉପଯୁକ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave A Reply

Your email address will not be published.