ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ମୋଦୀ ରଖିଲେ ପ୍ରସ୍ତାବ, କହିଲେ କୂଟନୀତି ଓ ଆଲୋଚନା ମାଧ୍ୟମରେ ସମାଧାନ ହେଉ

0

ୟୁକ୍ରେନ ଉପରେ ଋଷ ଘମାଘୋଟ ଆକ୍ରମଣ ଜାରି ରଖିଛି । ଗୋଟିଏ ପରେ ଗୋଟିଏ ସହରକୁ ବିସ୍ଫୋରଣ କରି ଧ୍ୱଂସବିଧ୍ୱସ୍ତ କରିଦେଉଛି । ଏହାରି ମଧ୍ୟରେ କ୍ୱାର୍ଡ ବୈଠକରେ ଭାରତ ନିଜର ପକ୍ଷ ରହିଛି । ମୋଦୀ କହିଛନ୍ତି, ଆଲୋଚନା ଓ କୂଟନୀତି ମାଧ୍ୟମରେ ବିବାଦରେ ସମାଧାନ ହେବା ଉଚିତ । ବିବାଦର ସମାଧାନ ହେବା ଜରୁରୀ ଅଟେ । ଆଉ ଏଥିପାଇଁ ଆଲୋଚନା ଓ କୂଟନୀତି ହିଁ ପ୍ରକୃତ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଯୁଦ୍ଧ ପ୍ରସଙ୍ଗରେ ୟୁରୋପ ଆମେରିକା ଭାରତର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ କ୍ୱାର୍ଡ ବୈଠକରେ ମୋଦୀ ନିଜର ପ୍ରସ୍ତାବ ରଖିଛି । ଏହି ବୈଠକରେ ଭାରତ,ଆମେରିକା ,ଜାପାନ ଓ ଅଷ୍ଟ୍ରେଲିଆର ନେତୃବର୍ଗ ଯୋଗ ଦେଇଥିଲେ ।

ୟୁକ୍ରେନ ଓ ଋଷ ମଧ୍ୟରେ ପୂର୍ବରୁ ଦୁଇ ଥର ବୈଠକ ବସିସାରିଥିଲେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରିପାରିନାହିଁ । ତୃତୀୟ ପର୍ଯ୍ୟାୟ ବୈଠକ ଖୁବ ଶୀଘ୍ର ବସିବ । ଏନେଇ ଉଭୟ ପକ୍ଷ ରାଜି ହୋଇଛନ୍ତି । ତେବେ ତୃତୀୟ ବୈଠକ କେବେ ବସିବ ସେ ନେଇ ସମୟ ଓ ସ୍ଥାନ ସ୍ଥିର ହୋଇନାହିଁ । ସେପଟେ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବା ନେଇ ରାଷ୍ଟ୍ରପତି ଜେଲେନେସ୍କି ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯୁଦ୍ଧ ବନ୍ଦ କରିବାକୁ ହେଲେ ପୁଟିନଙ୍କ ସହ ସିଧାସଳଖ କଥାବାର୍ତ୍ତା ପାଇଁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଆମେ ଋଷ ଉପରେ ଆକ୍ରମଣ କରିନାହୁଁ କି କରିବାର ଯୋଜନା ବି କରିନୁ । ଆଉ ଏହି ଯୁଦ୍ଧ ବନ୍ଦ କରିବାର ଏକମାତ୍ର ଉପାୟ ପୁଟିନଙ୍କ ସହ ସିଧା କଥାବାର୍ତ୍ତା।

Leave A Reply

Your email address will not be published.